ନିର୍ବାଚନକୁ ଓହ୍ଲାଇବେ ପୂର୍ବତନ ଡିଜିପି, ଜଣାପଡ଼ିଲା ନୂଆ ପାର୍ଟିର ନାଁ

ମୁମ଼୍ବାଇ, ୨୭।୦୭: ମହାରାଷ୍ଟ୍ରର ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ଆଗାମୀ ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯଆଉଛନ୍ତି। ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ମୁମ୍ବାଇର ଭର୍ସୋଭା ଆସନରୁ ବିଧାନସଭା ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାପୂର୍ବରୁ ସେ ତାଙ୍କର ରାଜନୈତିକ ଦଳ “ରାଷ୍ଟ୍ରୀୟ ଜନହିତ ପାର୍ଟି” ମଧ୍ୟ ଗଠନ କରିବେ। ମୁମ୍ବାଇ ପୋଲିସ କମିଶନର ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ପାଣ୍ଡେ କହିଛନ୍ତି ଯେ ସେ କୌଣସି ରାଜନୈତିକ ଦଳ ସହ ଯୋଗାଯୋଗ କରିନାହାଁନ୍ତି […] The post ନିର୍ବାଚନକୁ ଓହ୍ଲାଇବେ ପୂର୍ବତନ ଡିଜିପି, ଜଣାପଡ଼ିଲା ନୂଆ ପାର୍ଟିର ନାଁ appeared first on Dharitri Odia News.

ନିର୍ବାଚନକୁ ଓହ୍ଲାଇବେ ପୂର୍ବତନ ଡିଜିପି, ଜଣାପଡ଼ିଲା ନୂଆ ପାର୍ଟିର ନାଁ

ମୁମ଼୍ବାଇ, ୨୭।୦୭: ମହାରାଷ୍ଟ୍ରର ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ଆଗାମୀ ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯଆଉଛନ୍ତି। ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ମୁମ୍ବାଇର ଭର୍ସୋଭା ଆସନରୁ ବିଧାନସଭା ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାପୂର୍ବରୁ ସେ ତାଙ୍କର ରାଜନୈତିକ ଦଳ “ରାଷ୍ଟ୍ରୀୟ ଜନହିତ ପାର୍ଟି” ମଧ୍ୟ ଗଠନ କରିବେ। ମୁମ୍ବାଇ ପୋଲିସ କମିଶନର ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ପାଣ୍ଡେ କହିଛନ୍ତି ଯେ ସେ କୌଣସି ରାଜନୈତିକ ଦଳ ସହ ଯୋଗାଯୋଗ କରିନାହାଁନ୍ତି ଏବଂ ସେ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରେ ଯୋଗଦେବାକୁ ଚିନ୍ତା କରୁଛନ୍ତି।

ପୂର୍ବତନ ଡିଜିପି ମୁମ୍ବାଇର ଉତ୍ତର-ପଶ୍ଚିମ ଆସନରୁ ଜଣେ ସ଼୍ବାଧୀନ ପ୍ରାର୍ଥୀ ଭାବରେ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ଯେତେବେଳେ ସା ପାଣ୍ଡେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ମୁମ୍ବାଇର ପୋଲିସ କମିଶନର ହୋଇଥିଲେ। ଉଦ୍ଧବ ଠାକରେଙ୍କ ଘନିଷ୍ଠ ସଞ୍ଜୟ ପାଣ୍ଡେଙ୍କୁ ଜୁନ ୨୦୨୨ରେ ଇଡି ଗିରଫ କରିଥିବାବେଳେ ସେପ୍ଟେମ୍ବରରେ NSE ଫୋନ ଟ୍ୟାପ ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା।

The post ନିର୍ବାଚନକୁ ଓହ୍ଲାଇବେ ପୂର୍ବତନ ଡିଜିପି, ଜଣାପଡ଼ିଲା ନୂଆ ପାର୍ଟିର ନାଁ appeared first on Dharitri Odia News.