କୋଭିଡ୍-୧୯ରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ
ୱାସିଂଟନ୍: ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ତଥା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଘାତକ ଆକ୍ରମଣ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆମେରିକା ରାଜନୀତି ସରଗରମ ରହିଛି। ଏହି ସମୟରେ ରାଷ୍ଟ୍ରପତି ବାଇଡେନଙ୍କୁ କୋଭିଡ୍-୧୯ ସଂକ୍ରମଣ ହୋଇଥିବା ଦର୍ଶାଇ ଲସ୍ ଭେଗାସ୍ରେ ଅନୁଷ୍ଠିତ ଏକ ନିର୍ବାଚନ ପ୍ରଚାର ସଭାକୁ ହଠାତ୍ ରଦ୍ଦ କରିଦିଆଯାଇଛି। ଲସ୍ ଭେଗାସ୍ରେ ବାଇଡେନଙ୍କ ଏହି ପ୍ରଚାର ସଭା ଥିଲା। ତେବେ ଏହାପୂର୍ବରୁ ରାଷ୍ଟ୍ରପତି ବାଇଡେନ […]

ୱାସିଂଟନ୍: ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ତଥା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଘାତକ ଆକ୍ରମଣ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆମେରିକା ରାଜନୀତି ସରଗରମ ରହିଛି। ଏହି ସମୟରେ ରାଷ୍ଟ୍ରପତି ବାଇଡେନଙ୍କୁ କୋଭିଡ୍-୧୯ ସଂକ୍ରମଣ ହୋଇଥିବା ଦର୍ଶାଇ ଲସ୍ ଭେଗାସ୍ରେ ଅନୁଷ୍ଠିତ ଏକ ନିର୍ବାଚନ ପ୍ରଚାର ସଭାକୁ ହଠାତ୍ ରଦ୍ଦ କରିଦିଆଯାଇଛି। ଲସ୍ ଭେଗାସ୍ରେ ବାଇଡେନଙ୍କ ଏହି ପ୍ରଚାର ସଭା ଥିଲା। ତେବେ ଏହାପୂର୍ବରୁ ରାଷ୍ଟ୍ରପତି ବାଇଡେନ କୋଭିଡ୍ରେ ସଂକ୍ରମିତ ହୋଇଥିବାରୁ ସେ ଉପସ୍ଥିତ ହୋଇପାରିବେ ନାହିଁ ବୋଲି ସିଇଓ ଜାନେଟ୍ ମୁଗୁଇଆ ଆଗନ୍ତୁକ ଅତିଥିଙ୍କୁ କ୍ଷମା ପ୍ରାର୍ଥନା କରି ବାର୍ତ୍ତା ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଭବନରୁ ଜାରି ପ୍ରେସ୍ବାର୍ତ୍ତାରେ କୁହାଯାଇଛି ଯେ ରାଷ୍ଟ୍ରପତି ବାଇଡେନଙ୍କ ଠାରେ କୋଭିଡ୍ ସଂକ୍ରମଣର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏହାପରେ ସେ ଏକାନ୍ତବାସକୁ ଚାଲିଯାଇଛନ୍ତି। ତେବେ ସେ ନିଜର ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନ କରିବେ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ବାଇଡେନ ଜୁଲାଇ ୨୦୨୨ରେ ପ୍ରଥମ ଥର ପାଇଁ କୋଭିଡ୍-୧୯ରେ ସଂକ୍ରମିତ ହୋଇଥିଲେ।