ଆପ୍କୁ ସମସ୍ତ ୭ ଲୋକସଭା ଆସନରେ ଜିତାଇବାପାଇଁ ଦିଲ୍ଲୀ ଲୋକ ପ୍ରତିଶ୍ରୁତିବଦ୍ଧ : କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ ଦିଲ୍ଲୀରେ ସମସ୍ତ ୭ଟି ଲୋକସଭା ଆସନରେ ଆପକୁ ଜିତାଇବାପାଇଁ ଦିଲ୍ଲୀ ବାସିନ୍ଦା ପ୍ରତିଶ୍ରୁତିବଦ୍ଧ। ପଂଜାବର ତରନ ତାରନରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେଜ୍ରିୱାଲ କହିଛନ୍ତି, ସେମାନେ ମତେ ପଂଜାବ ଏବଂ ଦିଲ୍ଲୀରେ ଅଟକାଇଲେ। ସେମାନେ ମତେ କିଛି କାମ କରିବାକୁ ଦେଲେନାହିଁ। କିନ୍ତୁ ଚଳିତ ଥର ଦିଲ୍ଲୀ ଲୋକମାନେ ଏହା ନିଷ୍ପତ୍ତି ନେଇ ସାରିଛନ୍ତି ଯେ […]

ଆପ୍କୁ ସମସ୍ତ ୭ ଲୋକସଭା ଆସନରେ ଜିତାଇବାପାଇଁ ଦିଲ୍ଲୀ ଲୋକ ପ୍ରତିଶ୍ରୁତିବଦ୍ଧ : କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ ଦିଲ୍ଲୀରେ ସମସ୍ତ ୭ଟି ଲୋକସଭା ଆସନରେ ଆପକୁ ଜିତାଇବାପାଇଁ ଦିଲ୍ଲୀ ବାସିନ୍ଦା ପ୍ରତିଶ୍ରୁତିବଦ୍ଧ। ପଂଜାବର ତରନ ତାରନରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେଜ୍ରିୱାଲ କହିଛନ୍ତି, ସେମାନେ ମତେ ପଂଜାବ ଏବଂ ଦିଲ୍ଲୀରେ ଅଟକାଇଲେ। ସେମାନେ ମତେ କିଛି କାମ କରିବାକୁ ଦେଲେନାହିଁ। କିନ୍ତୁ ଚଳିତ ଥର ଦିଲ୍ଲୀ ଲୋକମାନେ ଏହା ନିଷ୍ପତ୍ତି ନେଇ ସାରିଛନ୍ତି ଯେ ସେମାନେ ଦିଲ୍ଲୀରେ ସମସ୍ତ ୭ ଲୋକସଭା ଆସନରେ ଆପ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବେ। ଲୋକସଭା ନିର୍ବାଚନ ଆସନ୍ତା ୨ ମାସରେ ହେବ। ପଂଜାବରେ ୧୩ଟି ଆସନ ଏବଂ ଚଣ୍ଡିଗଡ଼ରେ ଗୋଟିଏ ଆସନରେ ନିର୍ବାଚନ ହେବ। ଆସନ୍ତା ୧୦-୧୫ ଦିନ ମଧ୍ୟରେ ଆପ୍ ଉକ୍ତ ସମସ୍ତ ୧୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିବ ବୋଲି କେଜ୍ରିୱାଲ କହିଛନ୍ତି। ଆପ୍ ଉକ୍ତ ସମସ୍ତ ୧୪ଟି ଆସନରେ ବିପୁଳ ବିଜୟ ହାସଲ କରିବ ବୋଲି କେଜ୍ରିୱାଲ କହିଛନ୍ତି।