ମମତା ବାନାର୍ଜୀଙ୍କ ମୁଣ୍ଡରେ ଲାଗିଲା ଗଭୀର ଅଘାତ, ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଟିଏମସି ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି । ଏଥିରେ ଟିଏମସି ଲେଖିଛି, 'ଆମ ଚେୟାରପର୍ସନଙ୍କୁ ଗମ୍ଭୀର ଆଘାତ ଲାଗିଛି । ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ'। ମମତା ବାନାର୍ଜୀଙ୍କ ଏକ ଫଟୋ ମଧ୍ୟ ସାମନାକୁ ଆସିଛି, ଯେଉଁଥିରେ ତାଙ୍କ ମୁଣ୍ଡରୁ ରକ୍ତ ବୋହୁଥିବା ଦେଖିବାକୁ ମିଳୁଛି । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମିଳିଥିବା ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଘରେ ଟ୍ରେଡ୍ ମିଲ କରୁଥିବା ସମୟରେ ପଡ଼ି ଯାଇଥିଲେ । ଏହାପରେ ପୁତୁରା ଅଭିଷେକ ବାନାର୍ଜୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ମମତା ବାନାର୍ଜୀ ଏହା ପୂର୍ବରୁ ବି ଦୁର୍ଘଟଣାର ଶିକାର ହୋଇସାରିଛନ୍ତି । ଗତ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ।ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ସେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବର୍ଦ୍ଧମାନରୁ କୋଲକାତା ଫେରୁଥିଲେ । ଏଥିରେ ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା ।

ମମତା ବାନାର୍ଜୀଙ୍କ ମୁଣ୍ଡରେ ଲାଗିଲା ଗଭୀର ଅଘାତ, ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଟିଏମସି ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି । ଏଥିରେ ଟିଏମସି ଲେଖିଛି, 'ଆମ ଚେୟାରପର୍ସନଙ୍କୁ ଗମ୍ଭୀର ଆଘାତ ଲାଗିଛି । ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ'। ମମତା ବାନାର୍ଜୀଙ୍କ ଏକ ଫଟୋ ମଧ୍ୟ ସାମନାକୁ ଆସିଛି, ଯେଉଁଥିରେ ତାଙ୍କ ମୁଣ୍ଡରୁ ରକ୍ତ ବୋହୁଥିବା ଦେଖିବାକୁ ମିଳୁଛି । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଘରେ ଟ୍ରେଡ୍ ମିଲ କରୁଥିବା ସମୟରେ ପଡ଼ି ଯାଇଥିଲେ । ଏହାପରେ ପୁତୁରା ଅଭିଷେକ ବାନାର୍ଜୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ମମତା ବାନାର୍ଜୀ ଏହା ପୂର୍ବରୁ ବି ଦୁର୍ଘଟଣାର ଶିକାର ହୋଇସାରିଛନ୍ତି । ଗତ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ।

ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ସେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବର୍ଦ୍ଧମାନରୁ କୋଲକାତା ଫେରୁଥିଲେ । ଏଥିରେ ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା ।