ଗଛତଳେ ଆଶ୍ରୟ ନେଇଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଯୁବକଙ୍କ ଜୀବନ
କୋକସରା,୨୯ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଧଅଁରପୁର ପଞ୍ଚାୟତ ତେନ୍ତୁଳିପଡ଼ାରେ ବଜ୍ରପାତ ଘଟି ଦୁଇ ଯୁବକଙ୍କ ଜୀବନ ଯାଇଛି। ଧଅଁରପୁର ଗ୍ରାମକୁ ମିସ୍ତ୍ରୀ କାର୍ଯ୍ୟ କରି ବୁଧବାର ସନ୍ଧ୍ୟାରେ ଫେରୁଥିବା ସମୟରେ ଝଡ଼ ତୋଫାନ, ଘଡ଼ଘଡ଼ି, ବିଜୁଳି ହେବାରୁ ଗାଁ ପାଖ ଏକ ଜାମୁକୋଳି ଗଛ ତଳେ ଆଶ୍ରୟ ନେଇଥିଲେ ଦୁଇ ଯୁବକ। ଠିକ୍ ଏହି ସମୟରେ ବଜ୍ରପାତ ହେବାରୁ ତେନ୍ତୁଳିପଡ଼ର ଠଣସୁନ୍ଦର ଗୋପାଳ (୩୨), କାମାଞ୍ଚଳ ଚନ୍ଦନ (୩୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। […] The post ଗଛତଳେ ଆଶ୍ରୟ ନେଇଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଯୁବକଙ୍କ ଜୀବନ appeared first on Dharitri Odia News.
କୋକସରା,୨୯ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଧଅଁରପୁର ପଞ୍ଚାୟତ ତେନ୍ତୁଳିପଡ଼ାରେ ବଜ୍ରପାତ ଘଟି ଦୁଇ ଯୁବକଙ୍କ ଜୀବନ ଯାଇଛି। ଧଅଁରପୁର ଗ୍ରାମକୁ ମିସ୍ତ୍ରୀ କାର୍ଯ୍ୟ କରି ବୁଧବାର ସନ୍ଧ୍ୟାରେ ଫେରୁଥିବା ସମୟରେ ଝଡ଼ ତୋଫାନ, ଘଡ଼ଘଡ଼ି, ବିଜୁଳି ହେବାରୁ ଗାଁ ପାଖ ଏକ ଜାମୁକୋଳି ଗଛ ତଳେ ଆଶ୍ରୟ ନେଇଥିଲେ ଦୁଇ ଯୁବକ। ଠିକ୍ ଏହି ସମୟରେ ବଜ୍ରପାତ ହେବାରୁ ତେନ୍ତୁଳିପଡ଼ର ଠଣସୁନ୍ଦର ଗୋପାଳ (୩୨), କାମାଞ୍ଚଳ ଚନ୍ଦନ (୩୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏନେଇ ଉଭୟଙ୍କ ପରିବାର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।
The post ଗଛତଳେ ଆଶ୍ରୟ ନେଇଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଯୁବକଙ୍କ ଜୀବନ appeared first on Dharitri Odia News.