ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ମହିଳା

କୋରାପୁଟ,୩୧।୧୦: କୋରାପୁଟ ଜିଲା ଦୁରୁଗୁଡ଼ା ନିକଟରେ ଗୁରୁବାର ବ୍ରିଜ ଉପରୁ ଜଣେ ମହିଳା କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି। ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ବସ୍‌ରୁ ଓହ୍ଲାଇ ଭଳଭଣ୍ଡାର ନିକଟକୁ ଚାଲିଚାଲି ଯାଇଥିଲେ। ହେଲେ କୌଣସି କାରଣକୁ ନେଇ ମହିଳା ଜଣକ ହଠାତ୍‌ ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ମହିଳାଙ୍କୁ ଉଦ୍ଧାର କରିଥିଲେ। […] The post ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ମହିଳା appeared first on Dharitri Odia News.

ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ମହିଳା

କୋରାପୁଟ,୩୧।୧୦: କୋରାପୁଟ ଜିଲା ଦୁରୁଗୁଡ଼ା ନିକଟରେ ଗୁରୁବାର ବ୍ରିଜ ଉପରୁ ଜଣେ ମହିଳା କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି।

ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ବସ୍‌ରୁ ଓହ୍ଲାଇ ଭଳଭଣ୍ଡାର ନିକଟକୁ ଚାଲିଚାଲି ଯାଇଥିଲେ। ହେଲେ କୌଣସି କାରଣକୁ ନେଇ ମହିଳା ଜଣକ ହଠାତ୍‌ ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ମହିଳାଙ୍କ ପରିଚୟ ଜଣାପଡି ନ ଥିବା ବେଳେ କେଉଁ ପରିସ୍ଥିତିରେ ସେ ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁଲେ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ମହିଳା appeared first on Dharitri Odia News.