ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୯: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏହି ରୋକ ଅକ୍ଟୋବର ପର୍ଯ୍ୟନ୍ତ ଲାଗୁ ହେବ। ତେବେ ସାର୍ବଜନୀନ ସ୍ଥାନ ଜବରଦଖଲ ହଟାଇବା ଲାଗି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହୋଇପାରିବ। କୋର୍ଟ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନ୍ୟାୟ ପନ୍ଥାର ମହିମା ମଣ୍ଡନ କରିବା ବନ୍ଦ ହେବା ଦରକାର। କେବଳ ଆଇନ ଅନୁଯାୟୀ ଜବରଦଖଲ ହଟାଇବା ଉଚିତ। ଏହି ସମୟରେ ସଲିସିଟର ଜେନେରାଲ କହିଛନ୍ତି ଯେ ନୋଟିସ […] The post ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ appeared first on Dharitri Odia News.

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୯: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏହି ରୋକ ଅକ୍ଟୋବର ପର୍ଯ୍ୟନ୍ତ ଲାଗୁ ହେବ। ତେବେ ସାର୍ବଜନୀନ ସ୍ଥାନ ଜବରଦଖଲ ହଟାଇବା ଲାଗି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହୋଇପାରିବ। କୋର୍ଟ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନ୍ୟାୟ ପନ୍ଥାର ମହିମା ମଣ୍ଡନ କରିବା ବନ୍ଦ ହେବା ଦରକାର। କେବଳ ଆଇନ ଅନୁଯାୟୀ ଜବରଦଖଲ ହଟାଇବା ଉଚିତ।

ଏହି ସମୟରେ ସଲିସିଟର ଜେନେରାଲ କହିଛନ୍ତି ଯେ ନୋଟିସ ଦିଆଯିବା ପରେ ବେଆଇନ ନିର୍ମାଣକୁ ବୁଲଡୋଜର ବ୍ୟବହାର କରି ହଟାଇ ଦିଆଯାଉଛି। ଏହା ଉପରେ ଜଷ୍ଟିସ୍ ବି.ଆର ଗାଭାଇ କହିଛନ୍ତି ଯେ ସଡ଼କ, ରାସ୍ତା, ଫୁଟପାଥ କିମ୍ବା ସର୍ବସାଧାରଣ ସ୍ଥାନରେ କରାଯାଇଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ଠିକ୍ ପ୍ରକ୍ରିୟା ସହିତ ଭାଙ୍ଗିବାକୁ ଦିଆଯିବ।

କହିରଖୁଛୁ ଯେ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ଜାମିଆତ୍ ଉଲେମା-ଇ-ହିନ୍ଦ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ”ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଅଭିଯୋଗ ଭୁଲ ଅଟେ। ଏକ ଉପାୟରେ, ଏକ ଭୁଲ ବର୍ଣ୍ଣନା ।

The post ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ appeared first on Dharitri Odia News.