କାହିଁକି ସୁଜାତାଙ୍କୁ କରାଗଲା ବଦଳି: ଚାଲିଛି ଜୋରଦାର ଚର୍ଚ୍ଚା
ଭୁବନେଶ୍ୱର,୩।୫(ସୁନିତ୍ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା ପରେ ତାଙ୍କ ବଦଳି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେ କେଉଁଠିକୁ ବଦଳିହେଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। କ୍ଷମତାର ଦୁରୁପଯୋଗ କରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ କରାଇବା ନିମନ୍ତେ ସୁଜାତା ପ୍ରୟାସ କରୁଛନ୍ତି ବୋଲି ଭାଜପା […] The post କାହିଁକି ସୁଜାତାଙ୍କୁ କରାଗଲା ବଦଳି: ଚାଲିଛି ଜୋରଦାର ଚର୍ଚ୍ଚା appeared first on Dharitri Odia News.
ଭୁବନେଶ୍ୱର,୩।୫(ସୁନିତ୍ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା ପରେ ତାଙ୍କ ବଦଳି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେ କେଉଁଠିକୁ ବଦଳିହେଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। କ୍ଷମତାର ଦୁରୁପଯୋଗ କରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ କରାଇବା ନିମନ୍ତେ ସୁଜାତା ପ୍ରୟାସ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଥିଲା। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟରୁ ନିବୃତ୍ତ ରଖିବାକୁ ଭାଜପାର ସେଣ୍ଟ୍ରାଲ ଟିମ୍ ଦାବି କରିଥିଲା।
ସୂଚନା ଅନୁସାରେ, ଭାଜପାର ବରିଷ୍ଠ ନେତ୍ରୀ ନିର୍ମଳା ସୀତାରାମନଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ରାଜୀବ ଚନ୍ଦ୍ରଶେଖର, ସୁଧାଂଶୁ ତ୍ରିବେଦୀ ଏବଂ ଓମ୍ ପାଠକ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ସୁଜାତା କିଭଳି ଖୋଲାଖୋଲି ସରକାରୀ କଳ ଓ କ୍ଷମତାର ଦୁରୁପଯୋଗ କରିବା ସହ ବିଜେଡି ସପକ୍ଷରେ ଭୋଟ୍ କରାଇବା ନିମନ୍ତେ ଅପଚେଷ୍ଟା କରୁଛନ୍ତି, ସେନେଇ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଏଭଳି କାର୍ଯ୍ୟରେ ଜଡ଼ିତ ଅଛନ୍ତି। ଓଡ଼ିଶା ସରକାର ପ୍ରାୟ ୭୦ ହଜାର ମହିଳାଙ୍କୁ ଏହି ଏସ୍ଏଚ୍ଜିରେ ସାମିଲ କରିଛନ୍ତି। ଆଉ ସେମାନଙ୍କ ମାଧ୍ୟମରେ ସୁଜାତା ଏବେ ଭୋଟରଙ୍କୁ ପ୍ରଭାବିତ କରିବା କାର୍ଯ୍ୟ କରିବାରେ ଲାଗିଛନ୍ତି। ଏପରିକି ବିଜେଡିକୁ ଭୋଟ୍ ନ ଦେଲେ ମିଶନ ଶକ୍ତି ବିଭାଗ ଯୋଗାଉଥିବା ସରକାରୀ ସୁବିଧା ବନ୍ଦ କରିଦିଆଯିବ ବୋଲି ଧମକ ଦେବାକୁ ମଧ୍ୟ ପଛାଉନାହାନ୍ତି। ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ସମ୍ପୃକ୍ତ ଟିମ୍ ଇସିଆଇଙ୍କ ନିକଟରେ ଅଭିଯୋଗ କରିଥିଲେ।
The post କାହିଁକି ସୁଜାତାଙ୍କୁ କରାଗଲା ବଦଳି: ଚାଲିଛି ଜୋରଦାର ଚର୍ଚ୍ଚା appeared first on Dharitri Odia News.