ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ‘ବିଷ ମଣିଷ’ ନାଟକ ମଞ୍ଚସ୍ଥ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ  ମଦନମୋହନପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ  ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଲକ ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ ମୁଖ୍ୟବକ୍ତା ଏବଂ ମଣିପଡିଆ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରିୟତୋଷ ପାଢୀ , ଶିବାନନ୍ଦ ଉଚ୍ଚ ବିଦ୍ୟାଳୟ […] The post ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ‘ବିଷ ମଣିଷ’ ନାଟକ ମଞ୍ଚସ୍ଥ appeared first on Dharitri Odia News.

ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ‘ବିଷ ମଣିଷ’ ନାଟକ ମଞ୍ଚସ୍ଥ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ  ମଦନମୋହନପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ  ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଲକ ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।

ସେହିପରି ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ ମୁଖ୍ୟବକ୍ତା ଏବଂ ମଣିପଡିଆ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରିୟତୋଷ ପାଢୀ , ଶିବାନନ୍ଦ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅରୁଣ ମହାପାତ୍ର , ସିଆରସିସି ନବୀନ ବାଡତ୍ଯା , ଅନୀଲ କୁମାର ଦାସ , ସୁବ୍ରତ ପଣ୍ଡା , ବାଙ୍କ ପାଇକ , ରବିନ୍ଦ୍ର ବେହେରା , ଶିକ୍ଷକ ସନ୍ତୋଷ ସାହୁ , ଦିବାକର ପାଣିଗ୍ରାହୀ , ବିକ୍ରମ ପାଣିଗ୍ରାହୀ , ଶିକ୍ଷୟିତ୍ରୀ ଅମିତା ପ୍ରଧାନ , ଅନ୍ବେଶିତା ପ୍ରଧାନ , ସଲୋନୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ ।

ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶିବରାମ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ବିଜୟ କୁମାର ପ୍ରଧାନ ଉତ୍ସବ ପରିଚାଳନା କରିଥିଲେ ।‌ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି  ଛାତ୍ରୀଛାତ୍ର ମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯିବା ସହ ଶିକ୍ଷକ ମୁରଲୀଧର ପ୍ରଧାନଙ୍କ ନିର୍ଦ୍ଦେଶିତ ଏବଂ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶିବରାମ ପ୍ରଧାନଙ୍କ ରଚିତ ସାମାଜିକ ସଂସ୍କାର ମୂଳକ ନାଟକ ‘ ବିଷ ମଣିଷ ‘ ମଞ୍ଚସ୍ଥ ହୋଇଥିଲା।ଶିକ୍ଷକ ନରେନ୍ଦ୍ର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ସୌମ୍ୟରଞ୍ଜନ ପ୍ରଧାନ , ଭଗବାନ ପାତ୍ର , ଶିକ୍ଷୟତ୍ରୀ ଜ୍ୟୋତି ମହାରଣାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

The post ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ‘ବିଷ ମଣିଷ’ ନାଟକ ମଞ୍ଚସ୍ଥ appeared first on Dharitri Odia News.