୩୦ ଲକ୍ଷ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ, ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଦମ୍ପତି

ବ୍ରହ୍ମପୁର: ୩୦ ଲକ୍ଷ ଟଙ୍କା ଦିଅ, ନହେଲେ ଜୀବନରୁ ମାରିଦେବୁ। ପୁଣି ସକ୍ରିୟ ହୋଇ ଉଠିଲେଣି ଅପରାଧୀ ଗ୍ୟାଙ୍ଗ। ଖୁଲମଖୋଲା ମାଗୁଛନ୍ତି ଦାଦା ବଟି। ନଦେଲେ ହତ୍ୟା କରିବାକୁ ଦେଉଛନ୍ତି ଧମକ। ଏଭଳି ସଂଗୀନ ଅଭିଯୋଗ ଆସିଛି ବ୍ରହ୍ମପୁର ସହରରୁ। ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳ ଶ୍ରୀରାମନଗର ଆଦର୍ଶ ନଗରର କବିର ପାତ୍ର। କବିର ଓ ତାଙ୍କ ସ୍ତ୍ରୀଙ୍କୁ ଅପରାଧୀ ଗ୍ୟାଙ୍ଗ ୩୦ ଲକ୍ଷ ଟଙ୍କା ଦାଦା ବଟି ଦେବାକୁ ଦାବି କରିଛନ୍ତି। ଦାଦା ବଟି ନଦେଲେ ହତ୍ୟା କରିବୁ ବୋଲି କୁଆଡେ ଧମକ ଦେଇଛନ୍ତି। ଗତ ୧୯ ତାରିଖରେ ଘରକୁ ଆସି ଏଭଳି ଧମକ ଦେଇଥିଲେ। ପରେ ୨୦ ତାରିଖରେ ଫୋନରେ ଦାଦା ବଟି ମାଗି ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ କରିଛନ୍ତି କବିର ଓ ତାଙ୍କ ସ୍ତ୍ରୀ କଳ୍ପନା। ଏ ନେଇ ବଡବଜାର ଥାନାରେ ଅଭିଯୋଗ କରିବା ପରେ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇ ସୁରକ୍ଷା ମାଗିଛନ୍ତି ଦମ୍ପତି। ଏବେ ପୁରା ପରିବାର ଭୟଭୀତ ଅବସ୍ଥାରେ ଥିବା କହିଛନ୍ତି।ଅଭିଯୋଗ ପରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଭାଲୁକୁ ତୁରନ୍ତ ଧରାଯିବ ବୋଲି ଏସପି କହିଛନ୍ତି। ସେପଟେ ସୁରକ୍ଷା ପାଇଁ ଅଞ୍ଚଳରେ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ଏସପି କହିଛନ୍ତି। ସହରରେ ଏବେ ଅପରାଧୀ ଗୋଷ୍ଠୀ ସକ୍ରିୟ ହୋଇ ଖୁଲମଖୋଲା ଦାଦା ବଟି ମାଗିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏ ଦିଗରେ ପୁଲିସର ପଦକ୍ଷେପ କଣ ରହିବ ତା ଉପରେ ରହିଛି ସମସ୍ତଙ୍କ

୩୦ ଲକ୍ଷ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ, ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଦମ୍ପତି

ବ୍ରହ୍ମପୁର: ୩୦ ଲକ୍ଷ ଟଙ୍କା ଦିଅ, ନହେଲେ ଜୀବନରୁ ମାରିଦେବୁ। ପୁଣି ସକ୍ରିୟ ହୋଇ ଉଠିଲେଣି ଅପରାଧୀ ଗ୍ୟାଙ୍ଗ। ଖୁଲମଖୋଲା ମାଗୁଛନ୍ତି ଦାଦା ବଟି। ନଦେଲେ ହତ୍ୟା କରିବାକୁ ଦେଉଛନ୍ତି ଧମକ। ଏଭଳି ସଂଗୀନ ଅଭିଯୋଗ ଆସିଛି ବ୍ରହ୍ମପୁର ସହରରୁ। ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳ ଶ୍ରୀରାମନଗର ଆଦର୍ଶ ନଗରର କବିର ପାତ୍ର। କବିର ଓ ତାଙ୍କ ସ୍ତ୍ରୀଙ୍କୁ ଅପରାଧୀ ଗ୍ୟାଙ୍ଗ ୩୦ ଲକ୍ଷ ଟଙ୍କା ଦାଦା ବଟି ଦେବାକୁ ଦାବି କରିଛନ୍ତି। ଦାଦା ବଟି ନଦେଲେ ହତ୍ୟା କରିବୁ ବୋଲି କୁଆଡେ ଧମକ ଦେଇଛନ୍ତି। 

ଗତ ୧୯ ତାରିଖରେ ଘରକୁ ଆସି ଏଭଳି ଧମକ ଦେଇଥିଲେ। ପରେ ୨୦ ତାରିଖରେ ଫୋନରେ ଦାଦା ବଟି ମାଗି ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ କରିଛନ୍ତି କବିର ଓ ତାଙ୍କ ସ୍ତ୍ରୀ କଳ୍ପନା। ଏ ନେଇ ବଡବଜାର ଥାନାରେ ଅଭିଯୋଗ କରିବା ପରେ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇ ସୁରକ୍ଷା ମାଗିଛନ୍ତି ଦମ୍ପତି। ଏବେ ପୁରା ପରିବାର ଭୟଭୀତ ଅବସ୍ଥାରେ ଥିବା କହିଛନ୍ତି।

ଅଭିଯୋଗ ପରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଭାଲୁକୁ ତୁରନ୍ତ ଧରାଯିବ ବୋଲି ଏସପି କହିଛନ୍ତି। ସେପଟେ ସୁରକ୍ଷା ପାଇଁ ଅଞ୍ଚଳରେ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ଏସପି କହିଛନ୍ତି। ସହରରେ ଏବେ ଅପରାଧୀ ଗୋଷ୍ଠୀ ସକ୍ରିୟ ହୋଇ ଖୁଲମଖୋଲା ଦାଦା ବଟି ମାଗିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏ ଦିଗରେ ପୁଲିସର ପଦକ୍ଷେପ କଣ ରହିବ ତା ଉପରେ ରହିଛି ସମସ୍ତଙ୍କ ନଜର।