30 ଲକ୍ଷ ଟଙ୍କାରେ ନିଲାମ ହେଲା ଟ୍ବିଟରର ଆଇକନିକ ଲୋଗୋ ‘ବ୍ଲୁ ବାର୍ଡ’
ନୂଆଦିଲ୍ଲୀ,୨୨।୩: ପୂର୍ବରୁ ଟ୍ବିଟର ନୀଳ ପକ୍ଷୀ ଭାବରେ ପରିଚିତ ଥିଲା। କିନ୍ତୁ ଯେବେଠାରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ହାତକୁ ନେଇଛନ୍ତି, ସେବେଠାରୁ ଏଥିରେ ଗୋଟିଏ ପରେ ଗୋଟିଏ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହାର ନାମ X କୁ ପରିବର୍ତ୍ତନ କରାଯାଇଥିଲା। ସେହିପରି ବ୍ଲୁ ବାର୍ଡ ଚିହ୍ନ ଏକ୍ସ ଚିହ୍ନରେ ରୂପାନ୍ତରିତ ହୋଇଥିଲା। ତେବେ ବର୍ତ୍ତମାନ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ମୁଖ୍ୟାଳୟରେ ନୀଳ ପକ୍ଷୀ ସହିତ ପ୍ରତିଷ୍ଠିତ ଲୋଗୋ ଏବେ ନିଲାମ […] The post 30 ଲକ୍ଷ ଟଙ୍କାରେ ନିଲାମ ହେଲା ଟ୍ବିଟରର ଆଇକନିକ ଲୋଗୋ ‘ବ୍ଲୁ ବାର୍ଡ’ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୩: ପୂର୍ବରୁ ଟ୍ବିଟର ନୀଳ ପକ୍ଷୀ ଭାବରେ ପରିଚିତ ଥିଲା। କିନ୍ତୁ ଯେବେଠାରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ହାତକୁ ନେଇଛନ୍ତି, ସେବେଠାରୁ ଏଥିରେ ଗୋଟିଏ ପରେ ଗୋଟିଏ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହାର ନାମ X କୁ ପରିବର୍ତ୍ତନ କରାଯାଇଥିଲା। ସେହିପରି ବ୍ଲୁ ବାର୍ଡ ଚିହ୍ନ ଏକ୍ସ ଚିହ୍ନରେ ରୂପାନ୍ତରିତ ହୋଇଥିଲା। ତେବେ ବର୍ତ୍ତମାନ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ମୁଖ୍ୟାଳୟରେ ନୀଳ ପକ୍ଷୀ ସହିତ ପ୍ରତିଷ୍ଠିତ ଲୋଗୋ ଏବେ ନିଲାମ ପାଇଁ ପ୍ରସ୍ତୁତ ହୋଇଛି।
ନୀଳ ପକ୍ଷୀଟି 34 ହଜାର 375 ଡଲାର ଅର୍ଥାତ ପ୍ରାୟ 30 ଲକ୍ଷ ଟଙ୍କାରେ ନିଲାମ ହୋଇଛି। ନିଲାମ କମ୍ପାନୀର ପିଆର ଏହି ଖବରକୁ ନିଶ୍ଚିତ କରିଛନ୍ତି। ପ୍ରାୟ ୨୫୪ କିଲୋଗ୍ରାମ ଓଜନ ଏବଂ ୧୨ ଫୁଟ ଲମ୍ବା ଏବଂ ୯ ଫୁଟ ଚଉଡା ଏହି ନୀଳ ପକ୍ଷୀ ଲୋଗୋର କ୍ରେତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।
ତଥାପି, ଯେଉଁ ବିଡିଂ ପ୍ରକ୍ରିୟାରେ ନୀଳ ପକ୍ଷୀଟି ନିଲାମ ହୋଇଛି, ସେଥିରେ ଆପଲ-୧ କମ୍ପ୍ୟୁଟର ପ୍ରାୟ ୩.୨୨ କୋଟି ଟଙ୍କା (୩.୭୫ ଲକ୍ଷ ଡଲାର) ରେ ବିକ୍ରି ହୋଇଥିଲା, ଏବଂ ଷ୍ଟିଲ ଜବ୍ସଙ୍କ ଦ୍ୱାରା ସୱାକ୍ଷରିତ ଏକ ଆପଲ ଚେକ ପ୍ରାୟ ୯୬.୩ ଲକ୍ଷ ଟଙ୍କା (୧,୧୨,୦୫୪ ଡଲାର) ରେ ବିକ୍ରି ହୋଇଥିଲା। ପ୍ରଥମ ପିଢ଼ିର 4 GB ଆଇଫୋନ, ଯାହା ଏକ ସିଲ ପ୍ୟାକ ଥିଲା, 87 ହଜାର 514 ଡଲାରରେ ବିକ୍ରି ହୋଇଥିଲା। ଯଦିଓ ନୀଳ ପକ୍ଷୀର ଏହି ଲୋଗୋ ଆଉ ମାଇକ୍ରୋ-ବ୍ଲଗିଂ ୱେବସାଇଟ X ର ଅଂଶ ନୁହେଁ, ତଥାପି ସୋସିଆଲ ମିଡିଆରେ ଏହାର ପରିଚୟ Apple କିମ୍ବା Nike ପରି ରହିଛି।
ଉଲ୍ଲେଖନୀୟ ଯେ 2022ରେ, ଏଲନ ମସ୍କ ପ୍ରାୟ 3368 ବିଲିୟନ ଟଙ୍କା (44 ବିଲିୟନ ଡଲାର) ରେ ମାଇକ୍ରୋ-ବ୍ଲଗିଂ ୱେବସାଇଟ ଟ୍ବିଟର କିଣିବା ଘୋଷଣା କରିଥିଲେ।
The post 30 ଲକ୍ଷ ଟଙ୍କାରେ ନିଲାମ ହେଲା ଟ୍ବିଟରର ଆଇକନିକ ଲୋଗୋ ‘ବ୍ଲୁ ବାର୍ଡ’ appeared first on Dharitri Odia News.