ପ୍ରଥମେ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କଲେ: ପରେ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ବାପା
ବିଞ୍ଝାରପୁର,୧୨ା୧୧(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ନାବାଳିକାଙ୍କ ବାପାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ, ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ୮ ବର୍ଷ ମନୋମାଳିନ୍ୟ ରହିଛି। ଅଭିଯୁକ୍ତ ବିଭିନ୍ନ ସମୟରେ ତାଙ୍କ ସ୍ତ୍ରୀଙ୍କୁ ମାରଧର କରନ୍ତି। ଗତ ସୋମବାର ରାତିରେ ସ୍ବମୀ ଓ […] The post ପ୍ରଥମେ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କଲେ: ପରେ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ବାପା appeared first on Dharitri Odia News.
ବିଞ୍ଝାରପୁର,୧୨ା୧୧(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ନାବାଳିକାଙ୍କ ବାପାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ଅଭିଯୋଗ ମୁତାବକ, ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ୮ ବର୍ଷ ମନୋମାଳିନ୍ୟ ରହିଛି। ଅଭିଯୁକ୍ତ ବିଭିନ୍ନ ସମୟରେ ତାଙ୍କ ସ୍ତ୍ରୀଙ୍କୁ ମାରଧର କରନ୍ତି। ଗତ ସୋମବାର ରାତିରେ ସ୍ବମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଭଗ୍ରରୂପ ଧାରଣ କରିଥିଲା। ଏଥିରେ ରାଗିଯାଇ ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାରକରି ଦେଇଥିଲେ। ଏହାପରେ ନିଜ ଝିଅଙ୍କୁ ବଳାତ୍କାର କରିଥିଲେ। ମହିଳା ଜଣକ କୌଶଳକ୍ରମେ ଅଭିଯୁକ୍ତଙ୍କୁ କାବୁ କରି ଘରେ ତାଲା ପକାଇ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା।
The post ପ୍ରଥମେ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କଲେ: ପରେ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ବାପା appeared first on Dharitri Odia News.