ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି…ଏମପିଙ୍କ କଥା ଶୁଣି ଠୋ ଠୋ ହୋଇ ହସିଲେ ଧନଖର
ନୂଆଦିଲ୍ଲୀ,୨।୮:ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ଶୁକ୍ରବାର ସଂସଦରେ ଯୋଗ ଦେଇଛନ୍ତି। ତେବେ ଶୁକ୍ରବାର ନିଜ ଅଭିଭାଷଣ ରଖିବା ସମୟରେ ସେ କହଛନ୍ତି, ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି.. ଏତିକି କଥା ଶୁଣିବା ମାତ୍ରେ ରାଜ୍ୟ ସଭା ସଭାପତି ଜଗଦୀପ ଧନଖର ଠୋଠୋ ହୋଇ ହସିବା ଆରମ୍ଭ କରି ଦେଇଛନ୍ତି। ଧନକରଙ୍କ ହସିବାର କାରଣ ହେଉଛି ମଜାଦାର… ନିକଟରେ ରାଜ୍ୟ ସଭାର ଉପସଭାତି ହରିବଂଶ ଏମପିକୁ ଜୟା ଅମିତାଭ ବଚ୍ଚନ ବୋଲି […] The post ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି…ଏମପିଙ୍କ କଥା ଶୁଣି ଠୋ ଠୋ ହୋଇ ହସିଲେ ଧନଖର appeared first on Dharitri Odia News.
ନୂଆଦିଲ୍ଲୀ,୨।୮:ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ଶୁକ୍ରବାର ସଂସଦରେ ଯୋଗ ଦେଇଛନ୍ତି। ତେବେ ଶୁକ୍ରବାର ନିଜ ଅଭିଭାଷଣ ରଖିବା ସମୟରେ ସେ କହଛନ୍ତି, ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି.. ଏତିକି କଥା ଶୁଣିବା ମାତ୍ରେ ରାଜ୍ୟ ସଭା ସଭାପତି ଜଗଦୀପ ଧନଖର ଠୋଠୋ ହୋଇ ହସିବା ଆରମ୍ଭ କରି ଦେଇଛନ୍ତି। ଧନକରଙ୍କ ହସିବାର କାରଣ ହେଉଛି ମଜାଦାର…
ନିକଟରେ ରାଜ୍ୟ ସଭାର ଉପସଭାତି ହରିବଂଶ ଏମପିକୁ ଜୟା ଅମିତାଭ ବଚ୍ଚନ ବୋଲି ଡାକିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏମପି ଜୟା ବଚ୍ଚନ ସେ ସମୟରେ ରାଗିଯାଇଥିଲେ। ରାଗିଯାଇ ସେ କହିଥିଲେ, ମୋ ନାଁ ଜୟା ବଚ୍ଚନ। ଆପଣ ଏହି ନାମରେ ମଧ୍ୟ ଡାକି ପାରିବେ। ଯାହାକୁ ଶୁଣି ହରିବଂଶ କହିଥିଲେ, ଏଠାରେ ଆପଣଙ୍କ ନାମ ‘ଜୟା ଅମିତାଭ ବଚ୍ଚନ’ ଲେଖାଯାଇଛି। ସେଥିପାଇଁ ମୁଁ ଏହାକୁ ଉଲ୍ଲେଖ କରିଛି।’ ଯାହାପରେ ଜୟା ପ୍ରଶ୍ନ ଉଠାଇଥିଲେ କି, ସବୁ ସ୍ତ୍ରୀ କାହିଁକି ତାଙ୍କ ସ୍ବାମୀଙ୍କ ପରିଚୟରେ ପରିଚିତ ହେବେ। ସେମାନଙ୍କର ବି ସ୍ବାଭିମାନ ଅଛି।
‘सर मैं जया अमिताभ बच्चन..’
जया बच्चन के राज्यसभा में ये कहते ही ठहाकों से गूंज उठा सदन, सभापति जगदीप धनखड़ भी नहीं रोक पाए अपनी हंसी..#Rajyasabha । #JagdeepDhankar । #JayaBachchan pic.twitter.com/3XtIo5zoVz
— NDTV India (@ndtvindia) August 2, 2024
ତେବେ ଏପରି ଘଟଣାର ପରିବର୍ତ୍ତିତ ରୂପ ଦେଖିବାକୁ ମିଳିଥିଲା ଶୁକ୍ରବାର ସଂସଦରେ। ଯେତେବେଳେ ଏମପି ‘ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି..ବୋଲି କହିଥିଲେ। ଏହି ସମୟରେ ରାଜ୍ୟ ସଭା ସଭାପତି ଜଗଦୀପ ଧନଖର ଠୋଠୋ ହୋଇ ହସିଥିଲେ। ଠୋଠୋ ହୋଇ ହସିବା ପରେ ରାଜ୍ୟ ସଭାରେ ସଭାପତି ଜଗଦୀପ ଧନଖର କହିଥିଲେ, ‘ମୁଁ ଆପଣଙ୍କର ଓ ଅମିତାଭ ଉଭୟଙ୍କ ଫ୍ୟାନ।’ ଯାହାକୁ ଶୁଣି ଜୟା ହାତଯୋଡି ବିନମ୍ରତା ଦେଖାଇଥିଲେ।
The post ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି…ଏମପିଙ୍କ କଥା ଶୁଣି ଠୋ ଠୋ ହୋଇ ହସିଲେ ଧନଖର appeared first on Dharitri Odia News.