ଜେଜେଙ୍କ କୋଳରୁ ନାତୁଣୀକୁ ଟାଣିନେଇ ଝୁଣିଲା ପିଟ୍ ବୁଲ୍ କୁକୁର, ସିସିଟିଭିରେ କଏଦ୍ ହେଲା ଘଟଣା
ନୂଆଦିଲ୍ଲୀ,୧୯ା୧: ରାଜଧାନୀ ଦିଲ୍ଲୀରେ କୁକୁର ଆତଙ୍କ ବଢ଼ିବାରେ ଲାଗିଛି। ଏକ ଅଭାବନୀୟ ଘଟଣା କ୍ରମେ ଜେଜେଙ୍କ କୋଳରୁ ଦେଢ଼ ବର୍ଷର ନାତୁଣୀକୁ ଟାଣି ନେଇ କାମୁଡ଼ିଛି ପିଟ୍ ବୁଲ୍ କୁକୁର। ଏଥିରେ ଶିଶୁକନ୍ୟାଟିର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଥିଲା ବେଳେ ତିନି ଜାଗାରେ ଫ୍ରାକଚର ହୋଇଥିବା ଶିଶୁଟିର ବାପା କହିଛନ୍ତି। ଏହି ଘଟଣା ସିସିଟିଭିରେ କଏଦ୍ ହୋଇଥିଲା ବେଳେ ପୋଲିସ ଏହାକୁ ଶେୟାର କରିଛି। ଜାନୁଆରୀ ୨ ରେ ଦିଲ୍ଲୀର ବୁରାରି ଅଞ୍ଚଳରେ ଏହି ଘଟଣା […] The post ଜେଜେଙ୍କ କୋଳରୁ ନାତୁଣୀକୁ ଟାଣିନେଇ ଝୁଣିଲା ପିଟ୍ ବୁଲ୍ କୁକୁର, ସିସିଟିଭିରେ କଏଦ୍ ହେଲା ଘଟଣା appeared first on Dharitri Odia News.
ନୂଆଦିଲ୍ଲୀ,୧୯ା୧: ରାଜଧାନୀ ଦିଲ୍ଲୀରେ କୁକୁର ଆତଙ୍କ ବଢ଼ିବାରେ ଲାଗିଛି। ଏକ ଅଭାବନୀୟ ଘଟଣା କ୍ରମେ ଜେଜେଙ୍କ କୋଳରୁ ଦେଢ଼ ବର୍ଷର ନାତୁଣୀକୁ ଟାଣି ନେଇ କାମୁଡ଼ିଛି ପିଟ୍ ବୁଲ୍ କୁକୁର। ଏଥିରେ ଶିଶୁକନ୍ୟାଟିର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଥିଲା ବେଳେ ତିନି ଜାଗାରେ ଫ୍ରାକଚର ହୋଇଥିବା ଶିଶୁଟିର ବାପା କହିଛନ୍ତି। ଏହି ଘଟଣା ସିସିଟିଭିରେ କଏଦ୍ ହୋଇଥିଲା ବେଳେ ପୋଲିସ ଏହାକୁ ଶେୟାର କରିଛି।
ଜାନୁଆରୀ ୨ ରେ ଦିଲ୍ଲୀର ବୁରାରି ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି। ଏହି ଘଟଣା ଏତେ ଭୟଙ୍କର ଥିଲା ଯେ ଶିଶୁକନ୍ୟା ଜଣକ ୧୭ ଦିନ ହସ୍ପିଟାଲରେ ଥିଲେ।
ପରିବାର ସଦସ୍ୟ କହିଛନ୍ତି ଯେ ବୁରାରୀ ପୋଲିସ ଷ୍ଟେସନକୁ ଏହି ବିଷୟରେ ସୂଚନା ଦିଆଯାଇଥିଲା ଏବଂ ସିସିଟିଭି ଫୁଟେଜ ମଧ୍ୟ ଦେଖାଯାଇଥିଲା, ତଥାପି ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ମାମଲା ରୁଜୁ କରିବା ପରିବର୍ତ୍ତେ ଆପୋଷ ବୁଝାବଣା କରିବାକୁ ପୋଲିସ ତାଙ୍କୁ ଚାପ ପକାଇଥିଲା। ଅଦ୍ୟାବଧି ପିଟବୁଲ କୁକୁରକୁ ଏଠାରୁ ହଟାଯାଇ ନାହିଁ କିମ୍ବା ଏହାର ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
The post ଜେଜେଙ୍କ କୋଳରୁ ନାତୁଣୀକୁ ଟାଣିନେଇ ଝୁଣିଲା ପିଟ୍ ବୁଲ୍ କୁକୁର, ସିସିଟିଭିରେ କଏଦ୍ ହେଲା ଘଟଣା appeared first on Dharitri Odia News.