୨ ଛାତ୍ରୀଙ୍କୁ ସ୍କୁଲ ମାଲିକଙ୍କ ବଳାତ୍କାର

ରାଜନଗର, ୨୦ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ୨ ଛାତ୍ରୀଙ୍କୁ ସ୍କୁଲ ମାଲିକ ତଥା ପ୍ରଧାନ ଶିକ୍ଷକ ବଳାତ୍କାର କରିଛନ୍ତି। ୩ ଦିନ ଧରି ଘଟଣାକୁ ଚପେଇ ଦେବା ପାଇଁ ଜଣେ କୁଜିନେତା ଉଦ୍ୟମ କରିଥିଲେ। କିନ୍ତୁ ପରିବାର ଲୋକେ ଚାପରେ ଦବି ନ ଯାଇ ଶେଷରେ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍କୁଲ ମାଲିକ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରିଛି। ଏପରି ଲଜ୍ୟାଜନକ […] The post ୨ ଛାତ୍ରୀଙ୍କୁ ସ୍କୁଲ ମାଲିକଙ୍କ ବଳାତ୍କାର appeared first on Dharitri Odia News.

୨ ଛାତ୍ରୀଙ୍କୁ ସ୍କୁଲ ମାଲିକଙ୍କ ବଳାତ୍କାର

ରାଜନଗର, ୨୦ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ୨ ଛାତ୍ରୀଙ୍କୁ ସ୍କୁଲ ମାଲିକ ତଥା ପ୍ରଧାନ ଶିକ୍ଷକ ବଳାତ୍କାର କରିଛନ୍ତି। ୩ ଦିନ ଧରି ଘଟଣାକୁ ଚପେଇ ଦେବା ପାଇଁ ଜଣେ କୁଜିନେତା ଉଦ୍ୟମ କରିଥିଲେ। କିନ୍ତୁ ପରିବାର ଲୋକେ ଚାପରେ ଦବି ନ ଯାଇ ଶେଷରେ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍କୁଲ ମାଲିକ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରିଛି। ଏପରି ଲଜ୍ୟାଜନକ ଘଟଣା ଶିକ୍ଷକ ସମାଜ ପାଇଁ କଳଙ୍କ ବୋଳିଦେଇଛି।
ବଳାତ୍କାରର ଶିକାର ୨ ନାବାଳିକା ଛାତ୍ରୀଙ୍କ ମଧ୍ୟରୁ ଜଣେ ୬ଷ୍ଠ ଏବଂ ଜଣେ ୭ମ ଶ୍ରେଣୀରେ ପଢ଼ନ୍ତି। ସେମାନଙ୍କ ବାପା ରାଜନଗର ଥାନାରେ କରିଥିବା ଅଭିଯୋଗ ମୁତାବକ, ସ୍କୁଲ ମାଲିକ ପ୍ରଦୀପ ପ୍ରଧାନ ଅନେକଥର ଛାତ୍ରୀଦ୍ୱୟଙ୍କ ସହିତ ଖରାପ କାର୍ଯ୍ୟ କରି ଆସିଛନ୍ତି। ସେ ପ୍ରଧାନ ଶିକ୍ଷକ ଥିବାରୁ ଏବଂ ନାନା ଧମକ ଦେଉଥିବାରୁ ପିଲା ଭୟରେ କାହାରିକୁ କିଛି ନ କହି ତାଙ୍କ ଅତ୍ୟାଚାରକୁ ସହିଆସୁଥିଲେ। କିନ୍ତୁ ଗତ ୧୬ ତାରିଖରେ ୨ ପୀଡ଼ିତାଙ୍କୁ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଅନ୍ୟ ଶ୍ରେଣୀଗୃହରେ ନେଇ ବସାଇଥିଲେ। ସେଠାରେ ଅଭିଯୁକ୍ତ ପ୍ରଧାନ ପହଞ୍ଚତ୍ ଛାତ୍ରୀଙ୍କ ସମ୍ବେଦନଶୀଳ ସ୍ଥାନରେ ହାତ ମାରିବା ସହ ଡ୍ରେସ ଖୋଲି ଖରାପ କାମ କରିଥିଲେ। ଛାତ୍ରୀଦ୍ୱୟ ବିରୋଧ କରିବାରୁ ଅଭିଯୁକ୍ତ ଧମକ ଦେଇ ଚୁପ୍‌ କରାଇଥିଲେ। ସନ୍ଧ୍ୟାରେ ଘରକୁ ଫେରିବା ପରେ ପୀଡ଼ିତା ଛାତ୍ରୀଦ୍ୱୟ ନ ଖାଇ କାନ୍ଦିଥିଲେ। ଏହାପରେ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ୧୭ ତାରିଖରେ ପରିବାର ଲୋକେ ଅନ୍ୟ ଅଭିଭାବକଙ୍କ ସହ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ଥାନାରେ ପହଞ୍ଚତ୍ବା ପୂର୍ବରୁ ଘଡିଆମାଳ ପଞ୍ଚାୟତର ଜଣେ ନେତା ସେମାନଙ୍କୁ ଭେଟି ବିଭିନ୍ନ ଉପାୟରେ ଚାପ ପକାଇବା ସହ ଫେରାଇ ନେବାରେ ସକ୍ଷମ ହୋଇଥିଲେ। ଘଟଣାକୁ ଚପାଇଦେବା ପାଇଁ ସେହି ନେତା ୧୮ ତାରିଖ ସନ୍ଧ୍ୟାରେ ଏକ ବୈଠକ କରିଥିଲେ। କିନ୍ତୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ କଠିନରୁ କଠିନ ଦଣ୍ଡ ଦେବା ପାଇଁ ପୀଡ଼ିତାଙ୍କ ପରିବାର ଲୋକେ ଓ ଅଭିଭାବକମାନେ ଅଡ଼ି ବସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ୨ ପୀଡ଼ିତା ଓ ସେମାନଙ୍କ ଅଭିଭାବକ ରାଜନଗର ଥାନାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ନିଜ ଆଖିରେ ଦେଖିଥିବା ସେହି ବିଦ୍ୟାଳୟର ୨ଜଣ ଛାତ୍ରୀ ମଧ୍ୟ ପୀଡ଼ିତାଙ୍କ ସହ ଥାନାକୁ ଯାଇ ସବୁ କଥା କହିଛନ୍ତି। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ସ୍କୁଲ ମାଲିକ ପ୍ରଧାନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛୁ ବୋଲି ଆଇଆଇସି ଅଜୟ କମାର ଜେନା କହିଛନ୍ତି। ଏନେଇ ଥାନାରେ ଆଇପିସି ଦଫା ୩୫୪(ଏ), ୩୭୬(୨)(ଏ), ୫୦୬ ଏବଂ ପୋକ୍‌ସୋ ଆକ୍ଟ ୪ ଅନୁଯାୟୀ ୩୧/୨୦୨୪ ନମ୍ବରରେ ଏକ ମାମଲା ରୁଜୁ ହୋଇଛି।

The post ୨ ଛାତ୍ରୀଙ୍କୁ ସ୍କୁଲ ମାଲିକଙ୍କ ବଳାତ୍କାର appeared first on Dharitri Odia News.