ଏପଟେ ଡଲ୍‌ଫିନ୍‌ ଗଣନା, ସେପଟେ ଚିଲିକାରେ ବିପଦପୂର୍ଣ୍ଣ ଯାତ୍ରା

କୃଷ୍ଣପ୍ରସାଦ,୨୦ା୧(କୈଳାସ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଚିଲିକାରେ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣତି। ତାଲିମ ପରେ ସୋମବାର ଭୋର୍‌ରୁ ଗଣତି ଆରମ୍ଭ ହୋଇଛି। ଗଣତି ବେଳେ ଚିଲିକାରେ ଲଞ୍ଚ୍‌, ବୋଟ୍‌ ଆଦି ସମସ୍ତ ଯାତାୟାତ କରୁଥିବା ଯାନବାହନକୁ ନିଷେଧ କରାଯାଇଥାଏ। ତେବେ ଗଣତି ବେଳେ ତାହା ସ୍ବାଭାବିକ ଥିବା ଜଣାପଡ଼ିଛି। ଅଳ୍ପ କିଛି ଯାନବାହନ ଯାତାୟାତ କରୁଥିବା ବେଳେ ପରେ ବିପଦ ଜନକ ଭାବେ ଯାତ୍ରୀମାନେ ଯାତାୟାତ କରିଥିବା ଜଣାପଡ଼ିଛି। ଗୋଟିଏ ଡଙ୍ଗାରେ […] The post ଏପଟେ ଡଲ୍‌ଫିନ୍‌ ଗଣନା, ସେପଟେ ଚିଲିକାରେ ବିପଦପୂର୍ଣ୍ଣ ଯାତ୍ରା appeared first on Dharitri Odia News.

ଏପଟେ ଡଲ୍‌ଫିନ୍‌ ଗଣନା, ସେପଟେ ଚିଲିକାରେ ବିପଦପୂର୍ଣ୍ଣ ଯାତ୍ରା

କୃଷ୍ଣପ୍ରସାଦ,୨୦ା୧(କୈଳାସ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଚିଲିକାରେ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣତି। ତାଲିମ ପରେ ସୋମବାର ଭୋର୍‌ରୁ ଗଣତି ଆରମ୍ଭ ହୋଇଛି। ଗଣତି ବେଳେ ଚିଲିକାରେ ଲଞ୍ଚ୍‌, ବୋଟ୍‌ ଆଦି ସମସ୍ତ ଯାତାୟାତ କରୁଥିବା ଯାନବାହନକୁ ନିଷେଧ କରାଯାଇଥାଏ। ତେବେ ଗଣତି ବେଳେ ତାହା ସ୍ବାଭାବିକ ଥିବା ଜଣାପଡ଼ିଛି। ଅଳ୍ପ କିଛି ଯାନବାହନ ଯାତାୟାତ କରୁଥିବା ବେଳେ ପରେ ବିପଦ ଜନକ ଭାବେ ଯାତ୍ରୀମାନେ ଯାତାୟାତ କରିଥିବା ଜଣାପଡ଼ିଛି। ଗୋଟିଏ ଡଙ୍ଗାରେ ୨୦ ଯାତ୍ରୀ ଯାତାୟାତ କରିବା ବିପଦ ମୁକ୍ତ ବେଳେ, ୭୦ ରୁ ୮୦ ଜଣ ଯାତ୍ରୀ ସହ ୨୦ ମଟର ସାଇକେଲରେ ଯାତାୟାତ କରିଥିବା ଜଣାଯାଇଛି। ଯାତ୍ରୀମାନଙ୍କ ଜରୁରୀ କାର୍ଯ୍ୟ ଥିବାରୁ ମରଣକୁ ଖାତିର କରି ଯାତାୟାତ କରିଥିଲେ। ଏନେଇ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ କୌଣସି ସୁରକ୍ଷା ନ ଥିବା ଜଣାପଡ଼ିଛି। ବନଖଣ୍ଡ ଅଧିକାରୀଙ୍କ
ଏତାଦୃଶ କାର୍ଯ୍ୟକୁ ଶିକ୍ଷାବିତ୍‌ମାନେ ନିନ୍ଦା କରିଥିବା ଜଣାପଡ଼ିଛି।

The post ଏପଟେ ଡଲ୍‌ଫିନ୍‌ ଗଣନା, ସେପଟେ ଚିଲିକାରେ ବିପଦପୂର୍ଣ୍ଣ ଯାତ୍ରା appeared first on Dharitri Odia News.