ହରିୟାଣା ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରାଙ୍କ ବିରୋଧରେ ଇଡିର ଚାର୍ଜସିଟ୍ ଦାଖଲ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଚାର୍ଜସିଟ୍ ଦାଖଲ କରିଛି। ୨୦୦୮ରେ ହରିୟାଣାର ଗୁରୁଗ୍ରାମ୍ ସ୍ଥିତ ଶିକୋହପୁରରେ ଏକ ୩.୫୩ ଏକର ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ଏହି ଚାର୍ଜସିଟ୍ ଦାଖଲ କରିଛି। ତେବେ ପ୍ରଥମ ଥର ପାଇଁ କୌଣସି ତଦନ୍ତକାରୀ ସଂସ୍ଥା ଭଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ପିଏମଏଲ୍ଏ ଅଧୀନରେ […]

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଚାର୍ଜସିଟ୍ ଦାଖଲ କରିଛି। ୨୦୦୮ରେ ହରିୟାଣାର ଗୁରୁଗ୍ରାମ୍ ସ୍ଥିତ ଶିକୋହପୁରରେ ଏକ ୩.୫୩ ଏକର ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ଏହି ଚାର୍ଜସିଟ୍ ଦାଖଲ କରିଛି। ତେବେ ପ୍ରଥମ ଥର ପାଇଁ କୌଣସି ତଦନ୍ତକାରୀ ସଂସ୍ଥା ଭଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ପିଏମଏଲ୍ଏ ଅଧୀନରେ ତାଙ୍କ ବିରୋଧରେ ଅଭିଯୋଗ ରହିଛି। ଗତ ଏପ୍ରିଲରେ ଭଦ୍ରାଙ୍କୁ ଇଡି ଲଗାତାର ୩ ଦିନ ଧରି ଜେରା କରିଥିଲା। ଇଡି ସୂଚନାନୁଯାୟୀ ୨୦୦୮ରେ ଗୁରୁଗ୍ରାମ୍ ପୁଲିସ ଦ୍ବାରା ରୁଜୁ ହୋଇଥିବା ଏକ ଏତଲାରେ ଭଦ୍ରା ଶିକୋହପୁର ଗ୍ରାମରେ ଅବସ୍ଥିତ ୩.୫୩ ଏକର ଜମିକୁ ଜାଲିଆତି କରି କିଣିଥିବା ଅଭିଯୋଗ ହୋଇଥିଲା।