ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍ସ
ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍ ପାଗର ବୈପ୍ଲବିକ ପରିବର୍ତ୍ତନ ଘଟିଥିଲା। ନିରାକାରପୁର ଅଞ୍ଚଳରେ କାଳବୈଶାଖୀ ଯୋଗୁ ହଠାତ୍ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇଥିଲା। ଲୋକେ ତାତିରୁ ଆଶ୍ୱସ୍ତି ପାଇଥିବା ବେଳେ ଅନେକ ଗଛଡାଳ ଭାଙ୍ଗି ପଡ଼ିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ବିଦ୍ୟୁତ୍ ବିଭ୍ରାଟ ଲାଗିରହିଥିଲା। କିଛି ସମୟ ଧରି ଶୁଖିଲା […] The post ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍ସ appeared first on Dharitri Odia News.
ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍ ପାଗର ବୈପ୍ଲବିକ ପରିବର୍ତ୍ତନ ଘଟିଥିଲା। ନିରାକାରପୁର ଅଞ୍ଚଳରେ କାଳବୈଶାଖୀ ଯୋଗୁ ହଠାତ୍ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇଥିଲା। ଲୋକେ ତାତିରୁ ଆଶ୍ୱସ୍ତି ପାଇଥିବା ବେଳେ ଅନେକ ଗଛଡାଳ ଭାଙ୍ଗି ପଡ଼ିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ବିଦ୍ୟୁତ୍ ବିଭ୍ରାଟ ଲାଗିରହିଥିଲା। କିଛି ସମୟ ଧରି ଶୁଖିଲା ଘଡ଼ଘଡି ମାରିବାରୁ କିଛି ରାସ୍ତାଘାଟ ଏକପ୍ରକାର ଶୂନଶାନ ହୋଇପଡ଼ିଥିଲା। ପବନ ଯୋଗୁ ସ୍ଥାନୀୟ ଅଞ୍ଚଳରେ ହୋଇଥିବା କାଜୁ, ଆମ୍ବ ପଣସ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।
The post ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍ସ appeared first on Dharitri Odia News.