ଆମ୍ବ ଟାକୁଆ ଜାଉ ଖାଇ ଏସ୍‌ସିବିରେ ଚିକିତ୍ସାଧୀନ ୨ ମହିଳାଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଦାରିଙ୍ଗବାଡି,୪।୧୧(ଅରୁଣ ସାହୁ): ଆମ୍ବ ଟାକୁଆ ଜାଉ ଖାଇ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ୨ ମହିଳାଙ୍କୁ ସ୍ବାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ ଭେଟିଛନ୍ତି। ସେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଉଭୟ ଏମ୍‌କେସିଜିରେ ଚିକିତ୍ସାଧୀନ ଥିବା ବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ରେଫର ହୋଇଥିଲେ। ୨ ଗୁରୁତର ରୋଗୀ ଜିତା ମାଝୀ ଏବଂ ଟୁନି ମାଝୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।  ଉଭୟଙ୍କୁ ଉତ୍ତମରୁ  ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଡାକ୍ତର ଓ ଅଧିକାରୀଙ୍କୁ […] The post ଆମ୍ବ ଟାକୁଆ ଜାଉ ଖାଇ ଏସ୍‌ସିବିରେ ଚିକିତ୍ସାଧୀନ ୨ ମହିଳାଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.

ଆମ୍ବ ଟାକୁଆ ଜାଉ ଖାଇ ଏସ୍‌ସିବିରେ ଚିକିତ୍ସାଧୀନ ୨ ମହିଳାଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଦାରିଙ୍ଗବାଡି,୪।୧୧(ଅରୁଣ ସାହୁ): ଆମ୍ବ ଟାକୁଆ ଜାଉ ଖାଇ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ୨ ମହିଳାଙ୍କୁ ସ୍ବାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ ଭେଟିଛନ୍ତି। ସେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଉଭୟ ଏମ୍‌କେସିଜିରେ ଚିକିତ୍ସାଧୀନ ଥିବା ବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ରେଫର ହୋଇଥିଲେ। ୨ ଗୁରୁତର ରୋଗୀ ଜିତା ମାଝୀ ଏବଂ ଟୁନି ମାଝୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।  ଉଭୟଙ୍କୁ ଉତ୍ତମରୁ  ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଡାକ୍ତର ଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ଉକ୍ତ ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମ ଦଡ଼ାସାହିର ରୁନୁ ମାଝୀ ଏବଂ ରମିତା ପାଟମାଝୀ। ରୁନୁ ଜଣେ ଦିବ୍ୟାଙ୍ଗ ଯୁବତୀ ହୋଇଥିବା ବେଳେ ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏବେ ମଧ୍ୟ ସେହି ଗ୍ରାମର ୬ ଜଣ ମହିଳା ଗୁରୁତର ରହିଥିବା ବେଳେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା।

The post ଆମ୍ବ ଟାକୁଆ ଜାଉ ଖାଇ ଏସ୍‌ସିବିରେ ଚିକିତ୍ସାଧୀନ ୨ ମହିଳାଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.