ଗଛ କାଟି ମଝି ରାସ୍ତାରେ ପକାଇଲେ ଦୁବୃର୍ତ୍ତ : ସିମନବାଡି -ରାଇକିଆ ଯାତାୟତ ଠପ

ଦାରିଙ୍ଗବାଡି, ୧୬ା୨(ଅରୁଣ ସାହୁ): ଦାରିଙ୍ଗବାଡି ଥାନା ପୂର୍ତ୍ତ ବିଭାଗର ରାସ୍ତାର ପଦ୍ମପଲି ଗ୍ରାମ ନିକଟରେ କେହି ଦୁର୍ବୁତ୍ତ ଶୁକ୍ରବାର ସନ୍ଧ୍ୟାରେ ଗଛ କାଟି ପକାଇଥିବାରୁ ସିମନବାଡି ଠାରୁ ରାଇକିଆ ଯାତାୟତ ଠପ ହୋଇଯାଇଛି। ଉକ୍ତ ରାସ୍ତା ଦେଇ ଦାରିଙ୍ଗବାଡିରୁ ଭୁବନେଶ୍ୱର, ଭଞ୍ଜନଗର, ଫୁଲବାଣୀ, ଜି. ଉଦୟଗିରି. ଟିକାବାଲି ଆଦି ଅଞ୍ଚଳକୁ ଯାତ୍ରୀବାହି ବସ ଚଳାଚଳ କରୁଥିବା ବେଳେ ଦାରିଙ୍ଗବାଡି ଓ ରାଇକିଆ ଅଞ୍ଚଳବାସୀଙ୍କ ପାଇଁ ଉକ୍ତ ରାସ୍ତା ଲାଇଫଲାଇନ ଭାବେ ଜଣାଶୁଣା। ଏବେ ରାସ୍ତାରେ ବିଶାଳକାୟ ଗଛ […] The post ଗଛ କାଟି ମଝି ରାସ୍ତାରେ ପକାଇଲେ ଦୁବୃର୍ତ୍ତ : ସିମନବାଡି -ରାଇକିଆ ଯାତାୟତ ଠପ appeared first on Dharitri Odia News.

ଗଛ କାଟି ମଝି ରାସ୍ତାରେ ପକାଇଲେ ଦୁବୃର୍ତ୍ତ : ସିମନବାଡି -ରାଇକିଆ ଯାତାୟତ ଠପ

ଦାରିଙ୍ଗବାଡି, ୧୬ା୨(ଅରୁଣ ସାହୁ): ଦାରିଙ୍ଗବାଡି ଥାନା ପୂର୍ତ୍ତ ବିଭାଗର ରାସ୍ତାର ପଦ୍ମପଲି ଗ୍ରାମ ନିକଟରେ କେହି ଦୁର୍ବୁତ୍ତ ଶୁକ୍ରବାର ସନ୍ଧ୍ୟାରେ ଗଛ କାଟି ପକାଇଥିବାରୁ ସିମନବାଡି ଠାରୁ ରାଇକିଆ ଯାତାୟତ ଠପ ହୋଇଯାଇଛି। ଉକ୍ତ ରାସ୍ତା ଦେଇ ଦାରିଙ୍ଗବାଡିରୁ ଭୁବନେଶ୍ୱର, ଭଞ୍ଜନଗର, ଫୁଲବାଣୀ, ଜି. ଉଦୟଗିରି. ଟିକାବାଲି ଆଦି ଅଞ୍ଚଳକୁ ଯାତ୍ରୀବାହି ବସ ଚଳାଚଳ କରୁଥିବା ବେଳେ ଦାରିଙ୍ଗବାଡି ଓ ରାଇକିଆ ଅଞ୍ଚଳବାସୀଙ୍କ ପାଇଁ ଉକ୍ତ ରାସ୍ତା ଲାଇଫଲାଇନ ଭାବେ ଜଣାଶୁଣା। ଏବେ ରାସ୍ତାରେ ବିଶାଳକାୟ ଗଛ ପଡିଥିବାରୁ ସେହି ରାସ୍ତାରେ ଏକାଧିକ ଯାତ୍ରୀବାହି ବସ ସମେତ ଚାରିଚକିଆ, ଦୁଇ ଚକିଆ ଯାନ ଗୁଡିକ ରାସ୍ତାର ଦୁଇପାର୍ଶ୍ୱରେ ଅଟକି ରହିଛି। ଫଳରେ ଯାତାୟତ ଠପ ହୋଇଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ କେହି ଦୁବୃର୍ତ୍ତ ରଗଛକାଟି ପକାଇଥିବା ସନ୍ଦେହ କରାଯାଉଛି। କିଏ କାହିଁକି ଗଛ କାଟୁଥିଲା ନା କୌଣସି କାରଣରୁ ଉକ୍ତ ବିଶାଳକାୟ ଗଛ ପଡିଛି ତାହା ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

The post ଗଛ କାଟି ମଝି ରାସ୍ତାରେ ପକାଇଲେ ଦୁବୃର୍ତ୍ତ : ସିମନବାଡି -ରାଇକିଆ ଯାତାୟତ ଠପ appeared first on Dharitri Odia News.