ମୁଁ ବି ହେବାକୁ ଚାହୁଁଛି ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ, ଅଶ୍ଵିନଙ୍କୁ ମନର କଥା କହିଲେ ଜାଡ଼େଜା
ନୂଆଦିଲ୍ଲୀ: ଭାରତୀୟ ଦଳରେ ଆରମ୍ଭ ହୋଇଛି ନୂଆ ଯୁଗ। ଯୁବ ଖେଳାଳି ଶୁଭମନ ଗିଲ୍ଙ୍କ ହାତରେ ଟେଷ୍ଟ ଦଳର ଭାର। ଋଷଭ ପନ୍ତଙ୍କ ହାତରେ ଉପଅଧିନାୟକ ଦାୟିତ୍ଵ। ଆହତଜନିତ ସମସ୍ୟା ଆଶଙ୍କାରେ ଯଶପ୍ରୀତ ବୁମରାଙ୍କୁ ଭରସା କରି ପାରି ନ ଥିଲା ବିସିସିଆଇ। ଅନ୍ୟପଟେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବାକୁ ଇଚ୍ଛା ରଖିଥିବା କହିଛନ୍ତି ଅନୁଭବୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା। କାରଣ ଏହି ବୋଲର ନିଜର ଲମ୍ବା କ୍ୟାରିୟରରେ ଅଲଗା ଅଲଗା ଅଧିନାୟକଙ୍କ ସହ ଖେଳି ଅଧିନାୟକ ଭୂମିକାକୁ ବେଶ ଭଲ ଭାବେ ବୁଝି ପାରିଛନ୍ତି।କଣ ସେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବାକୁ ଚାହିଁବେ ? ଏହି ପ୍ରଶ୍ନ ଉପରେ ୩୬ ବର୍ଷୀୟ ଜାଡ଼େଜା ଭାରତର ପୂର୍ବତନ ତାରକା କ୍ରିକେଟର ରବିଚନ୍ଦ୍ରନ ଅଶ୍ଵିନଙ୍କ ୟୁଟ୍ୟୁବ ଚ୍ୟାନେଲ୍ରେ ନିଜର ମନ କଥା କହିଛନ୍ତି। ସେ କହିଛନ୍ତି, ନିଶ୍ଚିତ ମୁଁ ପ୍ରସ୍ତୁତ। ଏତେ ବର୍ଷ ଧରି ଅଲଗା ଅଲଗା ଅଧିନାୟକ ସହ ଖେଳି ଆସିଛି। ମୋତେ ପ୍ରତ୍ୟେକ ଅଧିନାୟକଙ୍କ ଶୈଳୀ ବିଷୟରେ ଜଣା ଅଛି। ଏହା ମଧ୍ୟ ବୁଝି ପାରୁଛି ଯେ ଖେଳାଳି କଣ ଚିନ୍ତା କରନ୍ତି ଏବଂ କଣ ଚାହାନ୍ତି। Also read: IPLର ପ୍ରଥମ ସିଜିନ୍ରେ ଚାମ୍ପିୟନ ଟିମ୍କୁ କେତେ ମିଳୁଥିଲା ପ୍ରାଇଜ୍ ମନି ? ଦେଖନ୍ତୁ ପୁରା ଲିଷ୍ଟ…ଭାରତ ପାଇଁ ୨୦୧୨ରେ ପ୍ରଥମ ଟେଷ୍ଟ ଖେଳିଥିବା ଜାଡ଼େଜା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ତିନି ଫର୍ମାଟ୍ରେ ପଦାର୍ପଣ କରିଥିଲା। ଆଇପିଏଲ୍ରେ ମଧ୍ୟ ସ
ନୂଆଦିଲ୍ଲୀ: ଭାରତୀୟ ଦଳରେ ଆରମ୍ଭ ହୋଇଛି ନୂଆ ଯୁଗ। ଯୁବ ଖେଳାଳି ଶୁଭମନ ଗିଲ୍ଙ୍କ ହାତରେ ଟେଷ୍ଟ ଦଳର ଭାର। ଋଷଭ ପନ୍ତଙ୍କ ହାତରେ ଉପଅଧିନାୟକ ଦାୟିତ୍ଵ। ଆହତଜନିତ ସମସ୍ୟା ଆଶଙ୍କାରେ ଯଶପ୍ରୀତ ବୁମରାଙ୍କୁ ଭରସା କରି ପାରି ନ ଥିଲା ବିସିସିଆଇ। ଅନ୍ୟପଟେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବାକୁ ଇଚ୍ଛା ରଖିଥିବା କହିଛନ୍ତି ଅନୁଭବୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା। କାରଣ ଏହି ବୋଲର ନିଜର ଲମ୍ବା କ୍ୟାରିୟରରେ ଅଲଗା ଅଲଗା ଅଧିନାୟକଙ୍କ ସହ ଖେଳି ଅଧିନାୟକ ଭୂମିକାକୁ ବେଶ ଭଲ ଭାବେ ବୁଝି ପାରିଛନ୍ତି।
କଣ ସେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବାକୁ ଚାହିଁବେ ? ଏହି ପ୍ରଶ୍ନ ଉପରେ ୩୬ ବର୍ଷୀୟ ଜାଡ଼େଜା ଭାରତର ପୂର୍ବତନ ତାରକା କ୍ରିକେଟର ରବିଚନ୍ଦ୍ରନ ଅଶ୍ଵିନଙ୍କ ୟୁଟ୍ୟୁବ ଚ୍ୟାନେଲ୍ରେ ନିଜର ମନ କଥା କହିଛନ୍ତି। ସେ କହିଛନ୍ତି, ନିଶ୍ଚିତ ମୁଁ ପ୍ରସ୍ତୁତ। ଏତେ ବର୍ଷ ଧରି ଅଲଗା ଅଲଗା ଅଧିନାୟକ ସହ ଖେଳି ଆସିଛି। ମୋତେ ପ୍ରତ୍ୟେକ ଅଧିନାୟକଙ୍କ ଶୈଳୀ ବିଷୟରେ ଜଣା ଅଛି। ଏହା ମଧ୍ୟ ବୁଝି ପାରୁଛି ଯେ ଖେଳାଳି କଣ ଚିନ୍ତା କରନ୍ତି ଏବଂ କଣ ଚାହାନ୍ତି।
Also read: IPLର ପ୍ରଥମ ସିଜିନ୍ରେ ଚାମ୍ପିୟନ ଟିମ୍କୁ କେତେ ମିଳୁଥିଲା ପ୍ରାଇଜ୍ ମନି ? ଦେଖନ୍ତୁ ପୁରା ଲିଷ୍ଟ…
ଭାରତ ପାଇଁ ୨୦୧୨ରେ ପ୍ରଥମ ଟେଷ୍ଟ ଖେଳିଥିବା ଜାଡ଼େଜା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ତିନି ଫର୍ମାଟ୍ରେ ପଦାର୍ପଣ କରିଥିଲା। ଆଇପିଏଲ୍ରେ ମଧ୍ୟ ସେ ଧୋନୀଙ୍କ ଅଧିନାୟକତ୍ଵରେ ଖେଳିଛନ୍ତି। ସେ ଏ ପର୍ଯ୍ୟନ୍ତ ୮୦ଟି ଟେଷ୍ଟ ଖେଳି ସାରିଛନ୍ତି।
ଜାଡ଼େଜା କହିଛନ୍ତି ପ୍ରତ୍ୟେକ ଅଧିନାୟକଙ୍କ ନିଜସ୍ଵ ଶୈଳୀ ରହିଛି। ମୁଁ ପ୍ରତିଟି ଫର୍ମାଟ୍ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ଖେଳିଛି ଏବଂ ତାଙ୍କ ଚିନ୍ତାଧାରା ସଂପୂର୍ଣ୍ଣ ସରଳ। ଯଦି ତାଙ୍କୁ ଲା୍ଗୁଛି କୌଣସି ବ୍ୟାଟର ଗୋଟିଏ ସ୍ଥାନରେ ବାରମ୍ବାର ସଟ୍ ଖେଳୁଛି, ତେବେ ସେଠାରେ ସେ ଜଣେ ଫିଲ୍ଡର ନିଶ୍ଚୟ ରଖିବେ।

ଟେଷ୍ଟ କ୍ରିକେଟ୍ରୁ ରୋହିତ ଶର୍ମାଙ୍କ ସନ୍ନ୍ୟାସ ପରେ ଅଶ୍ଵିନ ଜାଡ଼େଜାଙ୍କୁ ଅଧିନାୟକ କରାଯିବାକୁ ସମର୍ଥନ କରିଥିଲେ। ଅଶ୍ଵିନ ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ ଯେ, ଆମେ ରବୀନ୍ଦ୍ର ଜାଡ଼େଜାଙ୍କୁ କାହିଁକି ଭୁଲି ଯାଉଛୁ। ଯଦି ନୂଆ ଅଧିନାୟକ ଦରକାର ତେବେ ଦୁଇ ବର୍ଷ ପାଇଁ କୌଣସି ଅନୁଭବୀ ଖେଳାଳିଙ୍କୁ ଅଧିନାୟକ କରାଯାଉ ଏବଂ ପରେ ନୂଆ ବ୍ୟକ୍ତିଙ୍କୁ ଅଧିନାୟକ ପଦ ଦିଆଯାଉ।
ଜାଡ଼େଜା କହିଛନ୍ତି, ଟେଷ୍ଟ ଦଳ ବଦଳରେ ଟି-୨୦ରେ ଅଧିନାୟକ କରାଯିବା ଅଧିକ କଠିନ। ଟେଷ୍ଟ କ୍ରିକେଟ୍ରେ ଆପଣଙ୍କୁ ବୋଲରଙ୍କ ଆବଶ୍ୟକ ଅନୁଯାୟୀ, ଦୁଇ କିମ୍ବା ତିନି ଫିଲ୍ଡର ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଟେଷ୍ଟ କ୍ରିକେଟ୍ରେ ଅଧିନାୟକତ୍ଵ କରିବା ଟିକେ ଭିନ୍ନ ରହିଥାଏ। ଏଥିରେ ଅଧିକ ଚିନ୍ତା କରିବାକୁ ପଡ଼ି ନ ଥାଏ। ଏହା ଟି-୨୦ କିମ୍ବା ଆଇପିଏଲ୍ ପରି କଷ୍ଟକର ନୁହେଁ।