ପ୍ରସ୍ତାବିତ ଜିଲ୍ଲାସ୍ତରୀୟ ଷ୍ଟାଡିଅମ ପାଇଁ ଜମି ପରିଦର୍ଶନ
ଚିପିଲିମା,ସମ୍ବଲପୁର ଜିଲ୍ଲା ପାଇଁ ଜିଲ୍ଲା ସ୍ତରୀୟ ଏକ ଆଧୁନିକ ଷ୍ଟାଡିଅମ ନିର୍ମାଣ ପାଇଁ ପ୍ରସ୍ତାବ ଥିବା ବେଳେ ବିଭିନ୍ନ ଜାଗା ପ୍ରସ୍ତାବ ଯାଇଥିବା ଜଣାପଡିଛି l ଏହି ଅବସରରେ ଚିପିଳିମା ଓ କରଡୋଳା ମଝିରେ ରାସ୍ତା କଡ ଉଭୟ ପାର୍ଶ୍ଵ ଅର୍ଥାତ ମହାନଦୀ ନିକଟରେ ପ୍ରସ୍ତାବିତ ୩୬ଏକର ପରିମିତ ସରକାରୀ ଜମି ପରିଦର୍ଶନ ପାଇଁ ଦୁଇ ତିନିଦିନ ତଳେ ସବ କଲେକଟର, ତହସିଲ ଦାର, ପ୍ରମୁଖ ଆସି ପରିଦର୍ଶନ କରି ଫେରିଥିବାବେଳେ,ଆଜି ଜଳସେଚନ ବିଭାଗର ସହକାରି ନିର୍ବାହୀ […] The post ପ୍ରସ୍ତାବିତ ଜିଲ୍ଲାସ୍ତରୀୟ ଷ୍ଟାଡିଅମ ପାଇଁ ଜମି ପରିଦର୍ଶନ appeared first on Odisha.News.

ଚିପିଲିମା,ସମ୍ବଲପୁର ଜିଲ୍ଲା ପାଇଁ ଜିଲ୍ଲା ସ୍ତରୀୟ ଏକ ଆଧୁନିକ ଷ୍ଟାଡିଅମ ନିର୍ମାଣ ପାଇଁ ପ୍ରସ୍ତାବ ଥିବା ବେଳେ ବିଭିନ୍ନ ଜାଗା ପ୍ରସ୍ତାବ ଯାଇଥିବା ଜଣାପଡିଛି l ଏହି ଅବସରରେ ଚିପିଳିମା ଓ କରଡୋଳା ମଝିରେ ରାସ୍ତା କଡ ଉଭୟ ପାର୍ଶ୍ଵ ଅର୍ଥାତ ମହାନଦୀ ନିକଟରେ ପ୍ରସ୍ତାବିତ ୩୬ଏକର ପରିମିତ ସରକାରୀ ଜମି ପରିଦର୍ଶନ ପାଇଁ ଦୁଇ ତିନିଦିନ ତଳେ ସବ କଲେକଟର, ତହସିଲ ଦାର, ପ୍ରମୁଖ ଆସି ପରିଦର୍ଶନ କରି ଫେରିଥିବାବେଳେ,ଆଜି ଜଳସେଚନ ବିଭାଗର ସହକାରି ନିର୍ବାହୀ ଯନ୍ତ୍ରୀ ଇଂ ଶୁଭମ ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ତେଜରାଜ ଧରୁଆ ଆସି ପରିଦର୍ଶନ କରି ଫେରିଥିବା ଜଣାପଡିଛି l ପରିଦର୍ଶନ ସମୟରେ ସ୍ଥାନୀୟ ସରପଞ୍ଚ ଗୋରେଖ ରାଉତ, ମୁନ୍ନା ସାମଲ ପ୍ରମୁଖ ଉପସ୍ଥିତ ଥିଲେ l ଏନେଇ ଅଞ୍ଚଳରେ ଏପରି ଏକ ପ୍ରସ୍ତାବକୁ ସଚେତନ ମହଲରେ ସ୍ୱାଗତ କରାଯାଇଛି l
The post ପ୍ରସ୍ତାବିତ ଜିଲ୍ଲାସ୍ତରୀୟ ଷ୍ଟାଡିଅମ ପାଇଁ ଜମି ପରିଦର୍ଶନ appeared first on Odisha.News.