ଆରମ୍ଭରୁ ଧରାଶାୟୀ: ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ଭାରତ
ଭୁବନେଶ୍ୱର,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ପର୍ଥରେ ଆରମ୍ଭ ହୋଇଛି। ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍ରା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ମ୍ୟାଚରେ ଭାରତୀୟ ଦଳ ୧୫୦ ରନରେ ଧରାଶାୟୀ ହୋଇଯାଇଛି। ୫୯ ବଲରେ ନୀତୀଶ ରେଡ୍ଡୀ ସର୍ବାଧିକ ୪୧ ରନ୍ ସ୍କୋର କରିଥିଲେ, ଯେଉଁଥିରେ ୬ ଟି ଚୌକ ଓ ଗୋଟିଏ ଛକା […] The post ଆରମ୍ଭରୁ ଧରାଶାୟୀ: ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ଭାରତ appeared first on Dharitri Odia News.
ଭୁବନେଶ୍ୱର,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ପର୍ଥରେ ଆରମ୍ଭ ହୋଇଛି। ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍ରା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ମ୍ୟାଚରେ ଭାରତୀୟ ଦଳ ୧୫୦ ରନରେ ଧରାଶାୟୀ ହୋଇଯାଇଛି।
୫୯ ବଲରେ ନୀତୀଶ ରେଡ୍ଡୀ ସର୍ବାଧିକ ୪୧ ରନ୍ ସ୍କୋର କରିଥିଲେ, ଯେଉଁଥିରେ ୬ ଟି ଚୌକ ଓ ଗୋଟିଏ ଛକା ସାମିଲ ଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ୩୭ ରନ୍ ଏବଂ କେ.ଏଲ୍ ରାହୁଲ ୨୬ ରନ୍ ଯୋଗଦାନ କରିଥିଲେ। ଏହି ତିନି ଜଣଙ୍କ ବ୍ୟତୀତ କେବଳ ଧ୍ରୁଭ ଜୁରେଲ (୧୧ ରନ୍) ଦୁଇ ଅଙ୍କରେ ପହଞ୍ଚି ପାରିଥିଲେ। ଅଷ୍ଟ୍ରେଲିଆ ପାଇଁ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଏବଂ ମିଚେଲ ମାର୍ଶ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଯେଉଁଠାରେ ହାଜଲେଉଡ୍ ସର୍ବାଧିକ ଚାରିଟି ସଫଳତା ପାଇଥିଲେ। ଅଷ୍ଟ୍ରେଲିଆ ପାଇଁ ସମସ୍ତ ୧୦ ୱିକେଟ୍ ଦ୍ରୁତ ବୋଲରଙ୍କ ଦ୍ୱାରା ନିଆଯାଇଥିଲା।
The post ଆରମ୍ଭରୁ ଧରାଶାୟୀ: ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ଭାରତ appeared first on Dharitri Odia News.