ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ ୧୬୩ ଜଣ ଅସୁସ୍ଥ ହୋଇ ପଡିଛନ୍ତି। ଏଥିରେ ଚନ୍ଦନପୁର ପଞ୍ଚାୟତର ଚନ୍ଦନପୁର ଓ ଜଗନ୍ନାଥପୁର, ସାହୁପଡା ପଞ୍ଚାୟତର ହଳଦୀବସନ୍ତ ଓ ସାହୁପଡା ଏବଂ ଧାରପୁର ପଞ୍ଚାୟତର ଧାରପୁର ଗ୍ରାମବାସୀ ରହିଛନ୍ତି। ଅସୁସ୍ଥ ବ୍ୟକ୍ତିମାନଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅପରାହ୍ନରେ ଭର୍ତ୍ତି କରାଯାଇଥିଲା। ଦହିବରା ବିକାଳି ଓଲିପୁର ଅଞ୍ଚଳର ରମେଶ ଚନ୍ଦ୍ର […] The post ଦହିବରା ଖାଇ ଶତାଧିକ ଅସୁସ୍ଥ appeared first on Dharitri Odia News.

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ ୧୬୩ ଜଣ ଅସୁସ୍ଥ ହୋଇ ପଡିଛନ୍ତି। ଏଥିରେ ଚନ୍ଦନପୁର ପଞ୍ଚାୟତର ଚନ୍ଦନପୁର ଓ ଜଗନ୍ନାଥପୁର, ସାହୁପଡା ପଞ୍ଚାୟତର ହଳଦୀବସନ୍ତ ଓ ସାହୁପଡା ଏବଂ ଧାରପୁର ପଞ୍ଚାୟତର ଧାରପୁର ଗ୍ରାମବାସୀ ରହିଛନ୍ତି। ଅସୁସ୍ଥ ବ୍ୟକ୍ତିମାନଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅପରାହ୍ନରେ ଭର୍ତ୍ତି କରାଯାଇଥିଲା। ଦହିବରା ବିକାଳି ଓଲିପୁର ଅଞ୍ଚଳର ରମେଶ ଚନ୍ଦ୍ର ନାଥ (୩୫)ଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଏହାସହ ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଥିବା ଡାକ୍ତର ସବ୍ୟସାଚୀ ଦାସ ପ୍ରକାଶ କରିଛନ୍ତି।

The post ଦହିବରା ଖାଇ ଶତାଧିକ ଅସୁସ୍ଥ appeared first on Dharitri Odia News.