ଜଣେ ଏମ୍‌ପିଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ

ପୁରୁଣା ଭୁବନେଶ୍ୱର,୨୧ା୫(ସୁବାସ ଚନ୍ଦ୍ର ପ୍ରଧାନ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ରୋଡ୍‌ ଶୋ’ ପାଇଁ ସନ୍ଧ୍ୟାରେ ପଳାଶପଲ୍ଲୀ ଓଭରବ୍ରିଜ୍‌ଠାରେ ନବୀନଙ୍କ ଗାଡ଼ି ପହଞ୍ଚିଥିଲା। ଏହାପରେ ନବୀନ ଗାଡ଼ି ଉପରକୁ ଉଠି ଜନତାଙ୍କୁ ଉଦ୍‌ବୋଧନ ଦେବା ସହ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ଆସନ୍ତା ଜୁଲାଇରୁ ମାଗଣା ବିଦ୍ୟୁତ୍‌ […] The post ଜଣେ ଏମ୍‌ପିଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଜଣେ ଏମ୍‌ପିଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ

ପୁରୁଣା ଭୁବନେଶ୍ୱର,୨୧ା୫(ସୁବାସ ଚନ୍ଦ୍ର ପ୍ରଧାନ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ରୋଡ୍‌ ଶୋ’ ପାଇଁ ସନ୍ଧ୍ୟାରେ ପଳାଶପଲ୍ଲୀ ଓଭରବ୍ରିଜ୍‌ଠାରେ ନବୀନଙ୍କ ଗାଡ଼ି ପହଞ୍ଚିଥିଲା। ଏହାପରେ ନବୀନ ଗାଡ଼ି ଉପରକୁ ଉଠି ଜନତାଙ୍କୁ ଉଦ୍‌ବୋଧନ ଦେବା ସହ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ଆସନ୍ତା ଜୁଲାଇରୁ ମାଗଣା ବିଦ୍ୟୁତ୍‌ ମିଳିବ। ସମସ୍ତଙ୍କୁ ବିଏସ୍‌କଓ୍ବୋଇ କାର୍ଡ ମିଳିବ। ଏହି ଅବସରରେ ଆପଣମାନେ ଖୁସି ତ’ ବୋଲି ଜନତାଙ୍କୁ ପଚାରିଥିଲେ। ଏପରିକି ପୁରୀ ଶ୍ରୀମନ୍ଦିର ଏବଂ ଏକାମ୍ର ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ମେଗା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ ଜଣେ ଏମ୍‌ପି ଚେଷ୍ଟା କରିଥିବା କହିଥିଲେ। ରାଜ୍ୟ ସରକାର ୭୦ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛନ୍ତି। ଲିଙ୍ଗରାଜ ମନ୍ଦିରର ରୂପରେଖ ବଦଳାଇଛନ୍ତି। ଏହି ଅବସରରେ ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଶଙ୍ଖଚିହ୍ନରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ। ଏହାପରେ ସେଠାରୁ ପୁନମା ଗେଟ୍‌, ଭୀମଟାଙ୍ଗି ରୋଡ୍‌ ଦେଇ ଭୀମେଶ୍ୱର ମନ୍ଦିର ଛକ,ଏକାମ୍ର କଲେଜ ଛକ, ଲିଙ୍ଗରାଜ ପାସେଞ୍ଜର ହଲ୍ଟ ଛକ ଏବଂ ସେଠାରୁ ସୁନ୍ଦରପଦା ହାଟ ଛକଠାରେ ରୋଡ୍‌୍‌ ଶୋ’ ଶେଷ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’କୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଦେଖାଯାଇଥିଲା। ରୋଡ୍‌ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ବସ୍‌ର ଖୋଲା ରୁଫ୍‌ ଦେଇ ଲୋକଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇବା ସହ ଦଳୀୟ ପ୍ରାର୍ଥୀମାନଙ୍କୁ ବହୁସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ। ଏହି ରୋଡ୍‌ ଶୋ’ରେ ଭୁବନେଶ୍ୱର ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରମୁଖ ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ।

The post ଜଣେ ଏମ୍‌ପିଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.