ଆଜିଠାରୁ ୬ ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ
ଭୁବନେଶ୍ୱର,୨୧ା୧(ସୁଚିସ୍ମିତା ସାହୁ):ଆକାଶରେ ମଙ୍ଗଳବାରଠାରୁ ଦେଖିବାକୁ ମିଳିବ ୬ଟି ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ। ସୌରଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପ୍ଚୁନ୍ ଓ ୟୁରେନ୍ସ ୩୧ ତାରିଖ ପର୍ଯ୍ୟନ୍ତ ଏକ ସରଳ ରେଖାରେ ଦୃଶ୍ୟମାନ ହେବେ। ମଙ୍ଗଳ, ଶୁକ୍ର, ବୃହସ୍ପତି ଓ ଶନିକୁ ଲୋକେ ଖାଲିଆଖିରେ ଦେଖିପାରିବେ। ସେହିପରି ଦୂରବୀକ୍ଷଣ ଏବଂ ଟେଲିସ୍କୋପ ମାଧ୍ୟମରେ ନେପଚୁନ ଓ ୟୁରେନସ ଦୃଶ୍ୟମାନ ହେବେ। ସାଧାରଣ ଲୋକେ ଯେପରି ଏହି ବିରଳ ଦୃଶ୍ୟକୁ ଦେଖିପାରିବେ ସେଥିପାଇଁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ […] The post ଆଜିଠାରୁ ୬ ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ appeared first on Dharitri Odia News.
ଭୁବନେଶ୍ୱର,୨୧ା୧(ସୁଚିସ୍ମିତା ସାହୁ):ଆକାଶରେ ମଙ୍ଗଳବାରଠାରୁ ଦେଖିବାକୁ ମିଳିବ ୬ଟି ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ। ସୌରଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପ୍ଚୁନ୍ ଓ ୟୁରେନ୍ସ ୩୧ ତାରିଖ ପର୍ଯ୍ୟନ୍ତ ଏକ ସରଳ ରେଖାରେ ଦୃଶ୍ୟମାନ ହେବେ। ମଙ୍ଗଳ, ଶୁକ୍ର, ବୃହସ୍ପତି ଓ ଶନିକୁ ଲୋକେ ଖାଲିଆଖିରେ ଦେଖିପାରିବେ। ସେହିପରି ଦୂରବୀକ୍ଷଣ ଏବଂ ଟେଲିସ୍କୋପ ମାଧ୍ୟମରେ ନେପଚୁନ ଓ ୟୁରେନସ ଦୃଶ୍ୟମାନ ହେବେ। ସାଧାରଣ ଲୋକେ ଯେପରି ଏହି ବିରଳ ଦୃଶ୍ୟକୁ ଦେଖିପାରିବେ ସେଥିପାଇଁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୋମବାର ବ୍ୟତୀତ ଅନ୍ୟ ସବୁଦିନ ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଏଭଳି ବିରଳ ଦୃଶ୍ୟ ଦେଖିପାରିବେ ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
The post ଆଜିଠାରୁ ୬ ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ appeared first on Dharitri Odia News.