ସରସ୍ବତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସହର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୋନପୁର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସୋନପୁର କଲେଜ ର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ପ୍ରତିମା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯକ୍ରମ କୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ସଭାପତି ଡ. ପୌଲସ୍ତି ସାହୁ ଯୁଗ୍ମ ସଂପାଦକ ଘନଶ୍ୟାମ ମିଶ୍ର ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ […] The post ସରସ୍ବତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ appeared first on Odisha.News.

ସରସ୍ବତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସହର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୋନପୁର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସୋନପୁର କଲେଜ ର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ପ୍ରତିମା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯକ୍ରମ କୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ସଭାପତି ଡ. ପୌଲସ୍ତି ସାହୁ ଯୁଗ୍ମ ସଂପାଦକ ଘନଶ୍ୟାମ ମିଶ୍ର ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁବାଷ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଆଚାର୍ଯ୍ୟ ଶ୍ରୀମତୀ ସୌଦାମିନୀ ହୋତା ଙ୍କ ସଂଯୋଜନାରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକା ସହଯୋଗ ପ୍ରଦାନ କରିଥିଲେ। ଶିଶୁ ବାଟିକା ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ସର୍ବ ମୋଟ ୧୯୦ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥଲା। ପ୍ରକଳ୍ପ ପ୍ରଦର୍ଶନ ତଥା ପୂର୍ବ ଆୟୋଜିତ ବିଜ୍ଞାନ ଗଣିତ ଓ ସଂସ୍କୃତି ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଚାରକ ଭାବେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଗଣ ଯଥା ସର୍ବଶ୍ରୀ ଚକା ନୟନ ମେହେର, ସର୍ବେଶ୍ଵର ମିଶ୍ର, ଶ୍ୟାମ ସୁନ୍ଦର ପାତ୍ର, ତ୍ରିବିକ୍ରମ ପାତ୍ର, ବିଶ୍ବମ୍ବର ମାନହିରା, ଅଜିତ କୁମାର ମିଶ୍ର, ଘନଶ୍ୟାମ ମିଶ୍ର, ପ୍ରତାପ ଚନ୍ଦ୍ର ଦାସ, ଉମାକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ଭଉଣୀ ମାନଙ୍କ ଦ୍ଵାରା ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ବେଳେ ଘନଶ୍ୟାମ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

The post ସରସ୍ବତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ appeared first on Odisha.News.