ଡଙ୍ଗା ତିଆରି କରୁଥିବା ସମୟରେ ଲାଗିଲା କରେଣ୍ଟ, ମତ୍ସ୍ୟଜୀବୀଙ୍କ ଜୀବନ ଗଲା

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଚିଲିକା କୂଳରେ ଡଙ୍ଗା ତିଆରି କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ଲାଗି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା କଣ୍ଡରାପଡ଼ା ଗ୍ରାମର ଧ୍ରୁବ ଟହଲ(୩୫) ଶୁକ୍ରବାର ସନ୍ଧ୍ୟାରେ ପଥରା ଜେଟି ନିକଟରେ ଡଙ୍ଗା ତିଆରି କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇଥିଲେ। ଅଚେତ ଅବସ୍ଥାରେ ଧ୍ରୁବ ଟହଲଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ […] The post ଡଙ୍ଗା ତିଆରି କରୁଥିବା ସମୟରେ ଲାଗିଲା କରେଣ୍ଟ, ମତ୍ସ୍ୟଜୀବୀଙ୍କ ଜୀବନ ଗଲା appeared first on Dharitri Odia News.

ଡଙ୍ଗା ତିଆରି କରୁଥିବା ସମୟରେ ଲାଗିଲା କରେଣ୍ଟ, ମତ୍ସ୍ୟଜୀବୀଙ୍କ ଜୀବନ ଗଲା

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଚିଲିକା କୂଳରେ ଡଙ୍ଗା ତିଆରି କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ଲାଗି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା କଣ୍ଡରାପଡ଼ା ଗ୍ରାମର ଧ୍ରୁବ ଟହଲ(୩୫) ଶୁକ୍ରବାର ସନ୍ଧ୍ୟାରେ ପଥରା ଜେଟି ନିକଟରେ ଡଙ୍ଗା ତିଆରି କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇଥିଲେ। ଅଚେତ ଅବସ୍ଥାରେ ଧ୍ରୁବ ଟହଲଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ସକାଳେ ଏସ୍‌ଆଇ ଭକ୍ତ ଚରଣ ମୁଖୀ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲେ। ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କେସ୍‌ ନଂ ନମ୍ବର ୧୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

The post ଡଙ୍ଗା ତିଆରି କରୁଥିବା ସମୟରେ ଲାଗିଲା କରେଣ୍ଟ, ମତ୍ସ୍ୟଜୀବୀଙ୍କ ଜୀବନ ଗଲା appeared first on Dharitri Odia News.