”ନବୀନ ବାବୁ ଆଉ ଆସିବାର ନାହିଁ”: ଅମିତ ଶାହା

ସୋରଡ଼ା,୧୫ା୫: ବୁଧବାର ଓଡିଶା ଗସ୍ତରେ ଆସି ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଓଡ଼ିଶାରେ ଚାଷୀ ବିକ୍ରି କରୁଥିବା ଧାନର ଦରଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଦେଉଥିବା ଚାଉଳ ଏବଂ ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଶାହା ସୋରଡ଼ାରେ ଅନୁଷ୍ଠିତ ସମାବେଶରେ ଉଦବୋଧନ ଦେଇ କର୍ମୀ ମାନଙ୍କ ମଧ୍ୟରେ ଜୋସ ଭରିଥିଲେ। ସେ କହିଥିଲେ ”ଆଉ ନବୀନ ବାବୁ ଆସିବାର ନାହିଁ, […] The post ”ନବୀନ ବାବୁ ଆଉ ଆସିବାର ନାହିଁ”: ଅମିତ ଶାହା appeared first on Dharitri Odia News.

”ନବୀନ ବାବୁ ଆଉ ଆସିବାର ନାହିଁ”: ଅମିତ ଶାହା

ସୋରଡ଼ା,୧୫ା୫: ବୁଧବାର ଓଡିଶା ଗସ୍ତରେ ଆସି ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଓଡ଼ିଶାରେ ଚାଷୀ ବିକ୍ରି କରୁଥିବା ଧାନର ଦରଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଦେଉଥିବା ଚାଉଳ ଏବଂ ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ଶାହା ସୋରଡ଼ାରେ ଅନୁଷ୍ଠିତ ସମାବେଶରେ ଉଦବୋଧନ ଦେଇ କର୍ମୀ ମାନଙ୍କ ମଧ୍ୟରେ ଜୋସ ଭରିଥିଲେ। ସେ କହିଥିଲେ ”ଆଉ ନବୀନ ବାବୁ ଆସିବାର ନାହିଁ, ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି। ଓଡ଼ିଶାରେ ଏବେ ଭାଜପା ସରକାର ଗଠନ ହେବାକୁ ଯାଉଛି। ଶାଗମାଛ ଦରରେ ଧାନ ବିକୁଥିବାରୁ ଓଡ଼ିଶା ଚାଷୀଙ୍କ ଆୟ ବଢୁନି, ଛତିଶଗଡ଼ ଭଳି ଓଡ଼ିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ।

ସେହିଭଳି ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି। ଶ୍ରୀମନ୍ଦିର ୪ ଦ୍ବାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି, ଓଡ଼ିଶାରେ ଭାଜପା ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବ। ଏହା ସହିତ ସେ ପ୍ରଶ୍ନ କରିଛନ୍ତି ଯେ, ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା, ଡୁପ୍ଲିକେଟ ଚାବି କିଏ ତିଆରି କଲା ? ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲା ଯାଇଛି କି ନାହିଁ ? ତେବେ ରତ୍ନଭଣ୍ଡାର କମିଶନ ରିପୋର୍ଟ ବିଜେପି ଆସିଲେ ୬ ଦିନରେ ସାର୍ବଜନୀନ ହେବ।

ଏହା ସହିତ ସେ କହିଛନ୍ତି ‘ନବୀନ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି, ନବୀନ ଭାବୁଛନ୍ତି ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିବ। ତେବେ ଜୁନ୍‌ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି। ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି। ଓଡ଼ିଶାରେ ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ।

ସେହିଭଳି ଚାଉଳ ପ୍ରସଙ୍ଗକୁ ନେଇ ସେ କହିଛନ୍ତି ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି। ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି ନବୀନ।

The post ”ନବୀନ ବାବୁ ଆଉ ଆସିବାର ନାହିଁ”: ଅମିତ ଶାହା appeared first on Dharitri Odia News.