ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ। ଏହା ସହ ପାରାଲିମ୍ପିକ୍ସ ଟିକେଟ ବିକ୍ରିକୁ ବୃଦ୍ଧି କରିବା ପାଇଁ ଏକ ଭିଡିଓ କ୍ୟାମ୍ପେନ୍‌ ଳଞ୍ଚ କରାଯାଇଛି। ୩ ପାରା ଆଥଲେଟ ଏକ ଷ୍ଟାଡିୟମ ମଝିରେ ଏକୁଟିଆ ଛିଡା ହୋଇଛନ୍ତି। ‘ଆମେ ଅନ୍ୟ କିଛି ନୁହେଁ ଆପଣଙ୍କୁ ମିସ୍‌ କରୁଛୁ ବୋଲି କହିଛନ୍ତି ସମସ୍ତ ଆଥଲେଟ। ଅଧିକ ଲୋକ ଯେଭଳି […] The post ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌ appeared first on Dharitri Odia News.

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ। ଏହା ସହ ପାରାଲିମ୍ପିକ୍ସ ଟିକେଟ ବିକ୍ରିକୁ ବୃଦ୍ଧି କରିବା ପାଇଁ ଏକ ଭିଡିଓ କ୍ୟାମ୍ପେନ୍‌ ଳଞ୍ଚ କରାଯାଇଛି। ୩ ପାରା ଆଥଲେଟ ଏକ ଷ୍ଟାଡିୟମ ମଝିରେ ଏକୁଟିଆ ଛିଡା ହୋଇଛନ୍ତି। ‘ଆମେ ଅନ୍ୟ କିଛି ନୁହେଁ ଆପଣଙ୍କୁ ମିସ୍‌ କରୁଛୁ ବୋଲି କହିଛନ୍ତି ସମସ୍ତ ଆଥଲେଟ। ଅଧିକ ଲୋକ ଯେଭଳି ପାରାଲିମ୍ପିକ୍ସରେ ସାମିଲ ହେବେ ତାହା ସୁନିଶ୍ଚିତ କରିବା ପାଇଁ ଏହି କ୍ୟାମ୍ପେନ୍‌ ଲଞ୍ଚ କରାଯାଇଛି। ଏହି କ୍ୟାମ୍ପେନରେ ଲଙ୍ଗ ଜମ୍ପ ଓ ଟ୍ରିପଲ ଜମ୍ପ ଆଥଲେଟ ଆର୍ନାଉଡ ଆସୌମାନି, ହୁଇଲ ଚେୟାର ଟେନିସ୍‌ ଖେଳାଳି ପଲିନ୍‌ ଡେରୋଲିଡ ଓ ଦୃଷ୍ଟିବାଧିତ ଫୁଟବଲ ଖେଳାଳି ଗେଲ୍‌ ରିଭିଏରଙ୍କୁ ଦେଖିବାକୁ ମିଳିଥିଲା। ପାରାଲିମ୍ପିକ୍ସ ପାଇଁ ୨୮ ଲକ୍ଷ ଟିକେଟ ବିକ୍ରିର ଲକ୍ଷ୍ୟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ଟିକେଟ ବିକ୍ରି ସରିଲାଣି। ଟିକେଟର ମୂଲ୍ୟ ୧୫ ଡଲାରରୁ ଆରମ୍ଭ ହୋଇ ସର୍ବାଧିକ ୪୯ ଡଲାର ଯାଏ ରହିବ। ଗାୟକ ପଲ୍‌ ମ୍ୟାକେର୍ଟନି ୧୦୦ ଦିନ କାଉଣ୍ଟଡାଉନ୍‌ ଅବସରରେ ଓ୍ବି ଅଲ୍‌ ଷ୍ଟାଣ୍ଡ ଟୁଗେଦର ଗୀତ ଗାଇଥିଲେ।

The post ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌ appeared first on Dharitri Odia News.