ଏହି ଦିନ ଦେଖାଦେବ ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ ଲୁଚିବ ଶନି

ଭୁବନେଶ୍ୱର, ୨୩ା୭(ଅସମାପିକା ସାହୁ):ଆସନ୍ତା ୨୪ ତାରିଖରେ ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଘଟଣା ଦେଖିବାର ସୁଯୋଗ ମିଳିବ। ବୁଧବାର ମଧ୍ୟରାତ୍ର ପରେ ଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇଯିବ। କିଛି ସମୟ ପରେ ପୁନର୍ବାର ଦେଖାଯିବ। ଅନେକ ସ୍ଥାନରେ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ରହିବ। ଘଟଣାଟିକୁ ଏକ ପ୍ରକାର ପରାଗ କହିପାରିବା ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ […] The post ଏହି ଦିନ ଦେଖାଦେବ ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ ଲୁଚିବ ଶନି appeared first on Dharitri Odia News.

ଏହି ଦିନ ଦେଖାଦେବ ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ ଲୁଚିବ ଶନି

ଭୁବନେଶ୍ୱର, ୨୩ା୭(ଅସମାପିକା ସାହୁ):ଆସନ୍ତା ୨୪ ତାରିଖରେ ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଘଟଣା ଦେଖିବାର ସୁଯୋଗ ମିଳିବ। ବୁଧବାର ମଧ୍ୟରାତ୍ର ପରେ ଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇଯିବ। କିଛି ସମୟ ପରେ ପୁନର୍ବାର ଦେଖାଯିବ। ଅନେକ ସ୍ଥାନରେ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ରହିବ। ଘଟଣାଟିକୁ ଏକ ପ୍ରକାର ପରାଗ କହିପାରିବା ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ସୂର୍ଯ୍ୟୋପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ଘୋଡାଇ ଦେଇଥାଏ। ଏଠି ଚନ୍ଦ୍ର ଶନି ଗ୍ରହକୁ ଘୋଡାଇ ଦେବ। ପ୍ରତିବର୍ଷ ଚନ୍ଦ୍ର ପଛରେ କିଛି ତାରା ଓ ଗ୍ରହ ଲୁଚିଥାଆନ୍ତି। ଚନ୍ଦ୍ର ପଛରେ ଶନି ଗ୍ରହ ଧୀରେ ଧୀରେ ଲୁଚିବା ଓ ପୁନର୍ବାର ଧୀରେ ଧୀରେ ଚନ୍ଦ୍ର ପଛରୁ ବାହାରିବା ଅତ୍ୟନ୍ତ ମନୋରମ ଦୃଶ୍ୟ । ଆକାଶ ମେଘ ମୁକ୍ତ ରହିଲେ ଓଡ଼ିଶାର ସବୁ ଅଞ୍ଚଳରୁ ୨୪ ତାରିଖ ବୁଧବାର ମଧ୍ୟରାତ୍ର ପରେ ପ୍ରାୟ ୧ଟା ୩୦ରୁ ୨ଟା ୩୭ ମଧ୍ୟରେ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ। ନିର୍ଦ୍ଧାରିତ ସମୟର ୧୫ ମିନିଟ ପୂର୍ବରୁ ଦେଖିବାକୁ ପଡିବ ବୋଲି ଶୁଭେନ୍ଦୁ କହିଛନ୍ତି।

The post ଏହି ଦିନ ଦେଖାଦେବ ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ ଲୁଚିବ ଶନି appeared first on Dharitri Odia News.