ବାପା ହେବାକୁ ଯାଉଛନ୍ତି କ୍ରିକେଟର କେଏଲ୍ ରାହୁଲ, ଆଥିଆ ସେଟ୍ଟି ଦେଲେ ଖୁସି ଖବର

ଭାରତୀୟ କ୍ରିକେଟର କେଏଲ୍ ରାହୁଲ ଓ ସୁନିଲ ସେଟ୍ଟିଙ୍କ ଝିଅ ଅଭିନେତ୍ରୀ ଆଥିଆ ସେଟ୍ଟି ଖୁବ୍ ଜଲଦି ବାପା, ମାଆ ହେବାକୁ ଯାଉଛନ୍ତି । ଅଭିନେତ୍ରୀ ନିଜ ପ୍ରେଗନାନ୍ସି ବିଷୟରେ ଘୋଷଣା କରି ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି । ଏ ନେଇ ଆଥିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି କି, ବହୁତ ଜଲଦି ସେ ମା’ ହେବାକୁ ଯାଉଛନ୍ତି । ଆଥିଆଙ୍କଠାରୁ ଏହି ଖବର ଶୁଣି ଫ୍ୟାନମାନେ ଖୁସି […] The post ବାପା ହେବାକୁ ଯାଉଛନ୍ତି କ୍ରିକେଟର କେଏଲ୍ ରାହୁଲ, ଆଥିଆ ସେଟ୍ଟି ଦେଲେ ଖୁସି ଖବର appeared first on KNews Odisha.

ବାପା ହେବାକୁ ଯାଉଛନ୍ତି କ୍ରିକେଟର କେଏଲ୍ ରାହୁଲ, ଆଥିଆ ସେଟ୍ଟି ଦେଲେ ଖୁସି ଖବର
rahul

ଭାରତୀୟ କ୍ରିକେଟର କେଏଲ୍ ରାହୁଲ ଓ ସୁନିଲ ସେଟ୍ଟିଙ୍କ ଝିଅ ଅଭିନେତ୍ରୀ ଆଥିଆ ସେଟ୍ଟି ଖୁବ୍ ଜଲଦି ବାପା, ମାଆ ହେବାକୁ ଯାଉଛନ୍ତି । ଅଭିନେତ୍ରୀ ନିଜ ପ୍ରେଗନାନ୍ସି ବିଷୟରେ ଘୋଷଣା କରି ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି । ଏ ନେଇ ଆଥିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି କି, ବହୁତ ଜଲଦି ସେ ମା’ ହେବାକୁ ଯାଉଛନ୍ତି ।

ଆଥିଆଙ୍କଠାରୁ ଏହି ଖବର ଶୁଣି ଫ୍ୟାନମାନେ ଖୁସି ହୋଇଯାଇଛନ୍ତି । କେଏଲ୍ ରାହୁଲ ଓ ଆଥିଆ ଇନଷ୍ଟାରେ ସେୟାର କରିଥିବା ଫଟୋରେ ଲେଖିଛନ୍ତି, ‘ଆମର ସୁନ୍ଦର ଆଶୀର୍ବାଦ ବହୁତ ଜଲଦି ଆସୁଛି, ୨୦୨୫’ । ଏହା ସହିତ ସେମାନେ ଇଭିଲ୍ ଆଇ ସହ ଏକ ଶିଶୁର କୁନି ପାଦ ଚିହ୍ନ ଦେଇଛନ୍ତି ।

ଆଥିଆ ଓ ରାହୁଲଙ୍କଠାରୁ ଖୁସି ଖବର ଶୁଣି ଉଭୟଙ୍କ ପରିବାରରେ ଖୁସିରେ ମାହୋଲ ରହିଛି । କପଲଙ୍କୁ ଏବେ ସମସ୍ତେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଏହି ପୋଷ୍ଟରେ ଆଥିଆଙ୍କ ଭାଇ ଅହାନ ସେଟ୍ଟି ମଧ୍ୟ କମେଣ୍ଟ ଦେଇଛନ୍ତି ।

ରାହୁଲ ଓ ଆଥିଆ ଦୁହେଁ ପରସ୍ପରକୁ ଅନେକ ବର୍ଷ ଧରି ଡେଟ୍ କରିବା ପରେ ୨୦୨୩ ଜାନୁୟାରୀ ୨୩ରେ ବିବାହ କରିଥିଲେ । ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରୂପେ ଏହି ବିବାହ ଆକ୍ଟର ସୁନିଲ ସେଟ୍ଟିଙ୍କ ଫାର୍ମହାଉସରେ ହୋଇଥିଲା । ଏବେ କପଲ୍ ନୂଆ ପ୍ୟାରେଣ୍ଟସ୍ ହେବା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।

The post ବାପା ହେବାକୁ ଯାଉଛନ୍ତି କ୍ରିକେଟର କେଏଲ୍ ରାହୁଲ, ଆଥିଆ ସେଟ୍ଟି ଦେଲେ ଖୁସି ଖବର appeared first on KNews Odisha.