ଭାରତରେ ଟେସ୍ଲାର ପ୍ରଥମ କାର ୨୫ ଲକ୍ଷ ଟଙ୍କାରୁ କମ

ଟେସ୍ଲା ଭାରତରେ କାରବାର ଆରମ୍ଭ କରିବ। ଏଥି ପାଇଁ କମ୍ପାନୀ ଏବେ କର୍ମଚାରୀ ନିଯୁକ୍ତି କରୁଥିବାର ଚର୍ଚ୍ଚା ଜୋର ଧରିଛି। ଏହା ବି ଦାବି କରାଯାଉଛି ଯେ ଟେସ୍ଲା ନୂଆଦିଲ୍ଲୀ ଓ ମୁମ୍ବାଇରେ ପ୍ରଥମ ସୋ ରୁମ ସ୍ଥାପନା କରିବ। ମିଡିଆ ରିପୋର୍ଟ ଅନୁସାରେ ଭାରତରେ ଟେସ୍ଲାର ପ୍ରଥମ କାର ୨୫ ଲକ୍ଷ ଟଙ୍କାରୁ କମ ଦରରେ ଲଞ୍ଚ ହୋଇପାରେ। ଏଲନ ମସ୍କଙ୍କ କମ୍ପାନୀର ଏହି କାର ଆଡଭାନ୍ସ ଟେକ୍ନୋଲଜି, ଉନ୍ନତ ପରଫର୍ମାନ୍ସ ଓ ଲମ୍ବା ରେଞ୍ଜ […] The post ଭାରତରେ ଟେସ୍ଲାର ପ୍ରଥମ କାର ୨୫ ଲକ୍ଷ ଟଙ୍କାରୁ କମ appeared first on Odisha.News.

ଭାରତରେ ଟେସ୍ଲାର ପ୍ରଥମ କାର ୨୫ ଲକ୍ଷ ଟଙ୍କାରୁ କମ

ଟେସ୍ଲା ଭାରତରେ କାରବାର ଆରମ୍ଭ କରିବ। ଏଥି ପାଇଁ କମ୍ପାନୀ ଏବେ କର୍ମଚାରୀ ନିଯୁକ୍ତି କରୁଥିବାର ଚର୍ଚ୍ଚା ଜୋର ଧରିଛି। ଏହା ବି ଦାବି କରାଯାଉଛି ଯେ ଟେସ୍ଲା ନୂଆଦିଲ୍ଲୀ ଓ ମୁମ୍ବାଇରେ ପ୍ରଥମ ସୋ ରୁମ ସ୍ଥାପନା କରିବ। ମିଡିଆ ରିପୋର୍ଟ ଅନୁସାରେ ଭାରତରେ ଟେସ୍ଲାର ପ୍ରଥମ କାର ୨୫ ଲକ୍ଷ ଟଙ୍କାରୁ କମ ଦରରେ ଲଞ୍ଚ ହୋଇପାରେ।

ଏଲନ ମସ୍କଙ୍କ କମ୍ପାନୀର ଏହି କାର ଆଡଭାନ୍ସ ଟେକ୍ନୋଲଜି, ଉନ୍ନତ ପରଫର୍ମାନ୍ସ ଓ ଲମ୍ବା ରେଞ୍ଜ ପାଇଁ ଜଣାଶୁଣା। ତେବେ ଟେସ୍ଲା କାରଗୁଡିକ ଅଲଗା ଅଲଗା ଦେଶରେ ଅଲଗା ଅଲଗା ଦରରେ ବିକ୍ରି ହେଉଛି। କରେନ୍ସୀ ଏକ୍ସଚେଞ୍ଜ ରେଟ୍, ଟ୍ୟାକ୍ସ ପଲିସି, ଇମ୍ପୋର୍ଟ ଡ୍ୟୁଟି ଓ ସ୍ଥାନୀୟ ଉତ୍ପାଦ କର ଭଳି କାରକ ଦର ଉପରେ ପ୍ରଭାବ ପକାଏ। 

ଆମେରିକାରେ ଟେସ୍ଲାର ଅନେକ ମଡେଲ ମଧ୍ୟ ଉପଲବ୍ଧ ହେଉଛି, ଯେପରି ମଡେଲ-୩, ମଡେଲ-ୱାଇ, ମଡେଲ-ଏସ୍ ଏବଂ ମଡେଲ-ଏକ୍ସ। ଟେସ୍ଲା ୱେବସାଇଟ ଅନୁସାରେ ଆମେରିକାରେ ଟେସ୍ଲା ମଡେଲ-୩ ମାତ୍ର ୪୪,୧୩୦ ଡଲାର ଅର୍ଥାତ ୩୮.୨୪ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ସେହିପରି ମଡେଲ ୱାଇ ୫୯,୯୯୦ ଡଲାର (୫୨ଲକ୍ଷ ଟଙ୍କା)ରେ ବିକ୍ରି ହେଉଥିବା ବେଳେ ମଡେଲ-ଏକ୍ସ ୭୯,୯୯୦ ଡଲାର (୭୫ଲକ୍ଷ ଟଙ୍କା)ରେ ବିକ୍ରି ହେଉଛି।    

ୟୁରୋପୀୟ ଦେଶମାନଙ୍କରେ ଟ୍ୟାକ୍ସ ଓ ଆମଦାନୀ ଶୁଳ୍କ କାରଣରୁ ଟେସ୍ଲା କାର ଆମେରିକାଠାରୁ ଉଚ୍ଚ ଦରରେ ବିକ୍ରି ହେଉଛି। ଏଠାରେ ଟେସ୍ଲା ମଡେଲ-୩ ପାଖାପାଖି ୫୧,୯୯୦ ୟୁରୋ (ପାଖାପାଖି ୪୭ଲକ୍ଷ ଟଙ୍କା)ରେ ବିକ୍ରି ହେଉଥିବା ବେଳେ ଫ୍ରାନ୍ସରେ ଏହାର ଦର ୪୨,୪୯୦ ୟୁରୋ (୩୮.୫୦ ଲକ୍ଷ ଟଙ୍କା), ଏଥିରେ ବ୍ରିଟେନରେ ଟେସ୍ଲା ମଡେଲ-୩ର ମୂଲ୍ୟ ୩୯,୯୯୦ ୟୁରୋ (୩୬.୨୮ରୁ ୫୪.୫୦ ଲକ୍ଷ ଟଙ୍କା)ରେ ବିକ୍ରି ହେଉଛି। 

The post ଭାରତରେ ଟେସ୍ଲାର ପ୍ରଥମ କାର ୨୫ ଲକ୍ଷ ଟଙ୍କାରୁ କମ appeared first on Odisha.News.