ବିଜେଡି ଛାଡିଲେ ବଳଭଦ୍ର ମାଝୀ, ରାଜନୈତିକ ମାହୋଲ ସରଗରମ

କଳାହାଣ୍ଡି,୦୯/୦୧-ଦଳରେ ବାରମ୍ବାର ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ଆଜି ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫାପତ୍ର ପ୍ରେରଣ କରିଛନ୍ତି। ତେବେ ଦଳ ମୁଖିଆ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରି ମଞ୍ଜୁର କଲେ କି ନାହିଁ, ସେ ସଂପର୍କରେ ସୂଚନା ମିଳିନାହିଁ। ଏପରିକି ଇସ୍ତଫାପତ୍ର ଗ୍ରହଣ ନହେବା ପୂର୍ବରୁ ଏହା ସାମାଜିକ […] The post ବିଜେଡି ଛାଡିଲେ ବଳଭଦ୍ର ମାଝୀ, ରାଜନୈତିକ ମାହୋଲ ସରଗରମ appeared first on Odisha.News.

ବିଜେଡି ଛାଡିଲେ ବଳଭଦ୍ର ମାଝୀ, ରାଜନୈତିକ ମାହୋଲ ସରଗରମ

କଳାହାଣ୍ଡି,୦୯/୦୧-ଦଳରେ ବାରମ୍ବାର ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ଆଜି ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫାପତ୍ର ପ୍ରେରଣ କରିଛନ୍ତି। ତେବେ ଦଳ ମୁଖିଆ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରି ମଞ୍ଜୁର କଲେ କି ନାହିଁ, ସେ ସଂପର୍କରେ ସୂଚନା ମିଳିନାହିଁ। ଏପରିକି ଇସ୍ତଫାପତ୍ର ଗ୍ରହଣ ନହେବା ପୂର୍ବରୁ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯିବାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ବଳଭଦ୍ରଙ୍କ ଇସ୍ତଫା ଖବର ପ୍ରଚାର ହେବାକ୍ଷଣି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ରାଜନୈତିକ ମାହୋଲ ସରଗରମ ହୋଇଉଠିଛି। ପାଞ୍ଚ ଥରର ବିଧାୟକ, ଦୁଇଥର ମନ୍ତ୍ରୀ ହେବା ସହିତ ବିଜେଡି ଦଳର ପ୍ରତିଷ୍ଠାତା ସଦସ୍ୟ ବଳଭଦ୍ରଙ୍କ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ବିଜେଡି, ବିଜେପି ଓ କଂଗ୍ରେସ ତୀକ୍ଷଣ ନଜର ରଖିଥିବାବେଳେ ରାଜନୀତିର ଜଣେ ପୋଖତ ଖେଳାଳୀ ବଳଭଦ୍ର ସମୟ ଓ ପରିସ୍ଥିତି ଦେଖି ଖୁବ୍ ଶୀଘ୍ର ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ଆଲୋଚନା ହେଉଛି।

The post ବିଜେଡି ଛାଡିଲେ ବଳଭଦ୍ର ମାଝୀ, ରାଜନୈତିକ ମାହୋଲ ସରଗରମ appeared first on Odisha.News.