ହନୁମାନ ଜୟନ୍ତୀ ରେ ଜୟ ଶ୍ରୀରାମ ନାମ ରେ ଗୁଞ୍ଜରିତ ହେଲା ପୁରପଲ୍ଲୀ।

କୋକସରା:୧୪/୦୪ ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆବର୍ଷ ଅବସର ରେ ଆଜି ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଓଡିଶା ର ସହର ଠାରୁ ପୁରପଲ୍ଲୀରେ ହର୍ଷ ଉଲ୍ଲାସ ରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି। କୋକସରା ବ୍ଲକ ସଦର ହନୁମାନ ଜୟନ୍ତୀ ପାଳନ କମିଟି ପକ୍ଷରୁ ହନୁମାନ ଜୟନ୍ତୀ ପାଳନ କରାଯାଇଛି। ସକାଳୁ ହନୁମାନ ବାଟିକା ରେ ପୁଜକ ଟିକିନା ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ ପୂଜାକର୍ତ୍ତା ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ […] The post ହନୁମାନ ଜୟନ୍ତୀ ରେ ଜୟ ଶ୍ରୀରାମ ନାମ ରେ ଗୁଞ୍ଜରିତ ହେଲା ପୁରପଲ୍ଲୀ। appeared first on Odisha.News.

ହନୁମାନ ଜୟନ୍ତୀ ରେ ଜୟ ଶ୍ରୀରାମ ନାମ ରେ ଗୁଞ୍ଜରିତ ହେଲା ପୁରପଲ୍ଲୀ।

କୋକସରା:୧୪/୦୪
ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆବର୍ଷ ଅବସର ରେ ଆଜି ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଓଡିଶା ର ସହର ଠାରୁ ପୁରପଲ୍ଲୀରେ ହର୍ଷ ଉଲ୍ଲାସ ରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି। କୋକସରା ବ୍ଲକ ସଦର ହନୁମାନ ଜୟନ୍ତୀ ପାଳନ କମିଟି ପକ୍ଷରୁ ହନୁମାନ ଜୟନ୍ତୀ ପାଳନ କରାଯାଇଛି। ସକାଳୁ ହନୁମାନ ବାଟିକା ରେ ପୁଜକ ଟିକିନା ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ ପୂଜାକର୍ତ୍ତା ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ପତ୍ନୀ ସାରଙ୍ଗିନୀ ପ୍ରଧାନୀ ପୂଜାକାର୍ଯ୍ୟ ତୁଲାଇଥିଲେ। ଏହି ଅବସର ରେ ଶହ ଶହ ସଂଖ୍ୟକ ହନୁମାନ ଭକ୍ତ ଦର୍ଶନ କରିଥିଲେ। ସନ୍ଧ୍ୟାରେ ଶ୍ରୀରାମ ସେନା ପକ୍ଷରୁ କୋକସରା ଜଗନ୍ନାଥ ମନ୍ଦିର ରୁ ହନୁମାନ ବାଟିକା ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଗେରୁଆ ବସ୍ତ୍ର ପରିଧାନ କରିବା ସହ ଶ୍ରୀରାମ ଓ ଜୟ ହନୁମାନ, ଜୟ ବଜରଙ୍ଗ ବଳି ଧ୍ୱନି ରେ ଗୁଞ୍ଜରିତ ହୋଇଥିଲା ସମଗ୍ର ଅଞ୍ଚଳ, ପରେ ଶୋଭାଯାତ୍ରା ହନୁମାନ ବାଟିକା ରେ ପହଞ୍ଚିଥିବା ବେଳେ ହନୁମାନ ଜୟନ୍ତୀ ପାଳନ କମିଟି ପକ୍ଷରୁ ହନୁମାନ ଚାଲିଶା ପଠନ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। କମିଟି ପକ୍ଷରୁ ଭକ୍ତ ଙ୍କ ପଣା ଓ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା। କମିଟି ର ସଦସ୍ୟ ମହେନ୍ଦ୍ର ନେଗି, ବିଶ୍ୱନାଥ ପଟ୍ଟନାୟକ,ସୁନିଲ ପ୍ରଧାନୀ, ପ୍ରମୋଦ ବେହେରା, ପ୍ରମୋଦ ପ୍ରଧାନୀ,ଅଜୟ ସାହୁ, ବସନ୍ତ ପଟ୍ଟନାୟକ, କ୍ଷୀରସିନ୍ଧୁ ନେଗି, ଶାରଳା ପ୍ରଧାନୀ, ବସନ୍ତ ପଟ୍ଟନାୟକ, କମଳାକାନ୍ତ ଚିନ୍ଦା ,ଅମୂଲ୍ୟ ବିଶି, ଅଧୁରାଜିତ ନାଏକ, ମହେଶ ଗୁପ୍ତା, ମହେନ୍ଦ୍ର ପ୍ରଧାନୀ, ଜିତାମିତ୍ର ପ୍ରଧାନୀ,ଚିତ୍ର ସେନ ବେହେରା, ତପନ ମାଝୀ ଓ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ହନୁମାନ ଜୟନ୍ତୀ ପାଳନ ରେ ସହଯୋଗ କରିଥିଲେ।

The post ହନୁମାନ ଜୟନ୍ତୀ ରେ ଜୟ ଶ୍ରୀରାମ ନାମ ରେ ଗୁଞ୍ଜରିତ ହେଲା ପୁରପଲ୍ଲୀ। appeared first on Odisha.News.