ଅଯୋଧ୍ୟାରେ ପହଞ୍ଚିଲେ ମୋଦି

ଅଯୋଧ୍ୟା,୨୨ା୧: ସବୁରି ଆଖିରେ ଆନନ୍ଦ ଓ ସନ୍ତୋଷର ଅଶ୍ରୁ। ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’ ଧ୍ୱନି। ଅଯୋଧ୍ୟା ହିଁ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ବୋଲି ଭାରତବର୍ଷରେ ହିନ୍ଦୁମାନଙ୍କର ବିଶ୍ୱାସ ରହିଆସିଛି। ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣ ଉପନୀତ। ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା ଦେଶ ଉତ୍ସବମୁଖର। ସନାତନ ସଂସ୍କୃତିର ଆତ୍ମା, […] The post ଅଯୋଧ୍ୟାରେ ପହଞ୍ଚିଲେ ମୋଦି appeared first on Dharitri Odia News.

ଅଯୋଧ୍ୟାରେ ପହଞ୍ଚିଲେ ମୋଦି

ଅଯୋଧ୍ୟା,୨୨ା୧: ସବୁରି ଆଖିରେ ଆନନ୍ଦ ଓ ସନ୍ତୋଷର ଅଶ୍ରୁ। ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’ ଧ୍ୱନି।
ଅଯୋଧ୍ୟା ହିଁ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ବୋଲି ଭାରତବର୍ଷରେ ହିନ୍ଦୁମାନଙ୍କର ବିଶ୍ୱାସ ରହିଆସିଛି। ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣ ଉପନୀତ। ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା ଦେଶ ଉତ୍ସବମୁଖର। ସନାତନ ସଂସ୍କୃତିର ଆତ୍ମା, ରଘୁନନ୍ଦନ ରାଘବ ରାମଲାଲା ନିଜ ଜନ୍ମଭୂମି ଅଓ୍ବଧପୁରୀର ଦିବ୍ୟ ସ୍ଥାନରେ ବିରାଜମାନ କରିସାରିଛନ୍ତି।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ବିମାନବନ୍ଦରରେ ପହଞ୍ଚିଛନ୍ତି। କିଛି ସମୟ ପରେ ସେ ହେଲିକପ୍ଟର ଯୋଗେ ଅଯୋଧ୍ୟା ଧାମ କମ୍ପ୍ଲେକ୍ସରେ ପହଞ୍ଚି ମହାନ ରାମମନ୍ଦିରର ଉଦ୍‌ଘାଟନ କରିବେ। ଅପରାହ୍ନ ୧୨ଟା ୨୦ରୁ ୪୦ ମିନିଟ ଧରି ଚାଲିବାକୁ ଥିବା ପ୍ରାଣପ୍ରତିଷ୍ଠା କରାଯିବ। ପ୍ରାଣପ୍ରତିଷ୍ଠା କାର୍ଯ୍ୟରେ ଯଜମାନୀ କରିବେ ମୋଦି।

The post ଅଯୋଧ୍ୟାରେ ପହଞ୍ଚିଲେ ମୋଦି appeared first on Dharitri Odia News.