ସୁପର୍ ଫୁଡ୍ ଅଁଳା, ଔଷଧୀୟ ଗୁଣରେ ଭରପୁର
ଔଷଧୀୟ ଗୁଣ ଦୃଷ୍ଟିରୁ ଦେଖିଲେ ଅଁଳାରେ ଭରି ରହିଛି ଅନେକ ଉପକାରୀ ଗୁଣ; ଯାହା ଆମକୁ ବିଭିନ୍ନ ରୋଗରୁ ଉପଶମ ଦେଇଥାଏ। ତେଣୁ ଆୟୁର୍ବେଦରେ ଅଁଳାକୁ ପ୍ରକୃତିର ଏକ ବରଦାନ ବୋଲି କୁହାଯାଏ। ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣକାରୀ ତତ୍ତ୍ବରେ ଭରା ଅଁଳାରୁ ପ୍ରତିଦିନ ଗୋଟିଏ ଲେଖାଏଁ ଖାଲି ପେଟରେ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ବିଭିନ୍ନ ପ୍ରକାର ଅପକାରୀ ବ୍ୟାକ୍ଟେରିଆ ସହିତ ଲଢିବାକୁ ଆମକୁ […] The post ସୁପର୍ ଫୁଡ୍ ଅଁଳା, ଔଷଧୀୟ ଗୁଣରେ ଭରପୁର appeared first on Dharitri Odia News.
ଔଷଧୀୟ ଗୁଣ ଦୃଷ୍ଟିରୁ ଦେଖିଲେ ଅଁଳାରେ ଭରି ରହିଛି ଅନେକ ଉପକାରୀ ଗୁଣ; ଯାହା ଆମକୁ ବିଭିନ୍ନ ରୋଗରୁ ଉପଶମ ଦେଇଥାଏ। ତେଣୁ ଆୟୁର୍ବେଦରେ ଅଁଳାକୁ ପ୍ରକୃତିର ଏକ ବରଦାନ ବୋଲି କୁହାଯାଏ। ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣକାରୀ ତତ୍ତ୍ବରେ ଭରା ଅଁଳାରୁ ପ୍ରତିଦିନ ଗୋଟିଏ ଲେଖାଏଁ ଖାଲି ପେଟରେ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ବିଭିନ୍ନ ପ୍ରକାର ଅପକାରୀ ବ୍ୟାକ୍ଟେରିଆ ସହିତ ଲଢିବାକୁ ଆମକୁ ଶକ୍ତି ମିଳିଥାଏ। ହଜମ କ୍ରିୟାକୁ ସକ୍ରିୟ କରିବା, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ଶରୀରର ମାଂସପେଶୀ ଓ ଅସ୍ଥିକୁ ମଜଭୁତ୍ କରିବାରେ ବି ଅଁଳା ଉପକାରୀ ହୋଇଥାଏ। ସ୍ବାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ଅଁଳା ଅନେକ କାମରେ ଆସିଥାଏ। ପ୍ରତିଦିନ ଅଁଳା ଖାଇବା ଦ୍ୱାରା ତ୍ୱଚାରେ ଚମକ୍ ଅସିବା ସହ କେଶ ଘନ, କଳା ଓ ଲମ୍ବା ହୋଇଥାଏ। ସେଥିପାଇଁ ଡାକ୍ତରୀ ଭାଷାରେ ଅଁଳାକୁ କେହି କେହି ସୁପର୍ ଫୁଡ୍ ବୋଲି ମଧ୍ୟ କହିଥାନ୍ତି।
The post ସୁପର୍ ଫୁଡ୍ ଅଁଳା, ଔଷଧୀୟ ଗୁଣରେ ଭରପୁର appeared first on Dharitri Odia News.