ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ରାସ୍ତାରୁ ଏକ ଟ୍ରକ କୁ ଅଟକାଇ ଲୁଟ କରୁଥ‌ିବା ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ପୋଲିସ ପକ୍ଷରୁ ଜଣାପଡିଛି। ସୂଚନା ଅନୁସାରେ କଟକର ରତ୍ନାକର ବେହେରା ନାମକ ଜଣେ ବ୍ୟକ୍ତି ନିଜ ଟ୍ରକରେ ପ୍ଲାଷ୍ଟିକ ଧରି ବାଲିଗୁଡ଼ା ଦେଇ ଢେଙ୍କାନାଳ ଯାଉଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ଜଣେ […] The post ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ appeared first on Odisha.News.

ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ରାସ୍ତାରୁ ଏକ ଟ୍ରକ କୁ ଅଟକାଇ ଲୁଟ କରୁଥ‌ିବା ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ପୋଲିସ ପକ୍ଷରୁ ଜଣାପଡିଛି। ସୂଚନା ଅନୁସାରେ କଟକର ରତ୍ନାକର ବେହେରା ନାମକ ଜଣେ ବ୍ୟକ୍ତି ନିଜ ଟ୍ରକରେ ପ୍ଲାଷ୍ଟିକ ଧରି ବାଲିଗୁଡ଼ା ଦେଇ ଢେଙ୍କାନାଳ ଯାଉଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ଜଣେ ଅଜଣା ବ୍ୟକ୍ତି ଓଡି ୧୨ଏଫ ୭୦୪୮ ନଂ ମଟର ସାଇକେଲ ଯୋଗେ ପିଛା କରି କ.ନୂଆଗାଁ ଥାନା ଅଞ୍ଚଳର ପାଇବର ସାହି ନିକଟରେ ଜୋର ଜବରଦସ୍ତ ଗାଡ଼ିକୁ ଅଟକାଇ ଥିଲା। ପରେ ତାଙ୍କ ଠାରୁ ମୋବାଇଲ ଓ ପର୍ସ ଛଡାଇ ନେଇଥ‌ିବା ସହ ଫୋନପେକୁ ମଧ୍ଯ ପାଞ୍ଚ ହଜାର ଟଙ୍କା ପଠାଇବାକୁ ବାଧ୍ୟ କରିଥିଲା । ଏହାକୁ ନେଇ ରତ୍ନାକର କ.ନୂଆଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତ କରି କ.ନୂଆଗାଁ ପୋଲିସ ଥାନା କେସ ନଂ ୧୩୬/୨୪, ଧାରା ୩୦୯ (୬) ବିଏନଏସ ମାମଲା ଋଜୁ କରିବା ସହିତ ଅନୁସନ୍ଧାନ କରି ଦୁର୍ବୃତ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ତାଠାରୁ ଉକ୍ତ ବାଇକ,ମୋବଇଲ,ପର୍ସ ଓ ନଗଦ ପାଞ୍ଚ ହଜାର ଟଙ୍କା ଜବତ କରି ଦୁର୍ବୃତ୍ତ ସାରଙ୍ଗଗଡ଼ ଥାନା ଅଞ୍ଚଳ ଦାସିଗୁଡ଼ାର ବସନ୍ଧ ବେହେରା (୪୦)କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା କ.ନୂଆଗାଁ ଥାନା ଅଧିକାରୀ ପି.ସ୍ବରୂପ କିଷାନ ପ୍ରକାଶ କରିଛନ୍ତି।

The post ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ appeared first on Odisha.News.