ରେଳ ବିଭାଗରେ ଚାକିରି ନୁହେଁ ସହଜ...ଏପରି ଲେଖିଲେ ଷ୍ଟେସନ ମାଷ୍ଟର...ପୋଷ୍ଟ ଭାଇରାଲ୍
ଫଟୋରେ ଅତି କମରେ ଦଶଟି ଫୋନ୍ ଏବଂ ଏକ ଖୋଲା ରେଜିଷ୍ଟର ସହିତ ଏକ ଷ୍ଟେସନ୍ ମାଷ୍ଟରଙ୍କର ଡେସ୍କ ଦେଖିବାକୁ ମିଳିଛି। ଯେଉଁଥିରେ କ୍ୟାପସନ୍ ଅଛି, ଷ୍ଟେସନ ମାଷ୍ଟରଙ୍କର ଡେସ୍କ।
ଭାରତୀୟ ରେଳ ବିଭାଗ ସବୁବେଳେ ଚଳଚଞ୍ଚଳ। ଟିକେ ବି ଫୁରସତ ନାହିଁ। ଟ୍ରାକରେ ଅହରହ ଦୌଡୁଥାଏ ଟ୍ରେନ। ଟ୍ରେନଗୁଡିକ କିପରି ଠିକ୍ ସମୟରେ ଚାଲିବ ଏବଂ ଯାତ୍ରୀମାନେ ନିରାପଦରେ ଯାତ୍ରା କରିବେ ସବୁ ବୁଝେ ରେଳ ବିଭାଗ। ଏହାରି ଭିତରେ କିଛି ଅସୁବିଧା ହେଲେ ତୁରନ୍ତ କାମ ସାରିବା ପାଇଁ ନିୟୋଜିତ ହୋଇଥାଆନ୍ତି କର୍ମଚାରୀ। ଆଉ ଷ୍ଟେସନ ମାଷ୍ଟରମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ମୋଟାମୋଟି କହିବାକୁ ଗଲେ ରେଳ ବିଭାଗର ଚାକିରି ଅତ୍ୟନ୍ତ ଦାୟିତ୍ୱ ସମ୍ପନ୍ନ ।
ଏହାରି ଭିତରେ ଜଣେ ଷ୍ଟେସନ ମାଷ୍ଟର ନିଜ ଅଫିସ ରୁମରେ ଥିବା ଡେସ୍କର ଫଟୋ ସେୟାର କରିଛନ୍ତି। ଯେଉଁଠି ପ୍ରାୟ ୧୦ରୁ ଅଧିକ ଲ୍ୟାଣ୍ଡ ଫୋନ ରଖାଯାଇଛି। ରେଳ ବିଭାଗରେ ଚାକିରି କରିବା ପରେ କିପରି ଏସବୁ ନିଭାଇବାକୁ ହୁଏ ତାହା ସେ ଲେଖିଛନ୍ତି। ତେବେ ଏହି ପୋଷ୍ଟଟି ଏହି ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆ Xରେ ସେୟାର ହୋଇଥିବା ପୋଷ୍ଟରେ ଅନେକ ଗୁଡିଏ ଫୋନ ଏକତ୍ର ରଖାଯାଇଛି। ଷ୍ଟେସନ ମାଷ୍ଟରଙ୍କ ଅନେକ କାମ ରହିଛି । ଟ୍ରାଫିକ ସିଗନାଲ ତଦାରଖ, ଯାତ୍ରୀଙ୍କ ସୁରକ୍ଷା ତଦାରଖ, ଷ୍ଟେସନ କର୍ମଚାରୀଙ୍କୁ ଦେଖିବା ସହ ଷ୍ଟେସନ ଏପରି ଅନେକ କାମ କରନ୍ତି। ଏହି ଫଟୋରେ ଅତି କମରେ ଦଶଟି ଫୋନ୍ ଏବଂ ଏକ ଖୋଲା ରେଜିଷ୍ଟର ସହିତ ଏକ ଷ୍ଟେସନ୍ ମାଷ୍ଟରଙ୍କ ଡେସ୍କ ଦେଖିବାକୁ ମିଳିଛି। ଯେଉଁଥିରେ କ୍ୟାପସନ୍ ଅଛି, "ଷ୍ଟେସନ ମାଷ୍ଟରଙ୍କର ଡେସ୍କ। "
The Station Master’s desk.
Show me a busier professional. #railwaymen #railwaywomen #indianrailways pic.twitter.com/q3bDMt9jtK — Prashasti/ प्रशस्ति / پرشستی (@prashastisri) February 6, 2024
ବର୍ତ୍ତମାନ ସୁଦ୍ଧା ଏହି ପୋଷ୍ଟକୁ ୨ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଅନେକ ୟୁଜର୍ସ ଏହା ଉପରେ କମେଣ୍ଟ କରିଛନ୍ତି। କିଛି ୟୁଜର୍ସ ଲେଖିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ ଏହି କାମକୁ ସରଳ କରିପାରେ।