ଭଲିବଲ ଟୁର୍ନାମେଣ୍ଟ: ପିପଲପଦର ଚାମ୍ପିୟନ
କର୍ଲାମୁଣ୍ଡା,୧୮।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜ ଯୁବ ସଙ୍ଗଠନ ପକ୍ଷରୁ ରାତ୍ରିକାଳୀନ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବେ ରିଞ୍ଜା ସରପଞ୍ଚ ପୂର୍ଣ୍ଣମୀ ମାଝୀ, ଓଡିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, କର୍ଲାମୁଣ୍ଡା କ ଜୋନ ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ଖ ଜୋନ […] The post ଭଲିବଲ ଟୁର୍ନାମେଣ୍ଟ: ପିପଲପଦର ଚାମ୍ପିୟନ appeared first on Dharitri Odia News.
କର୍ଲାମୁଣ୍ଡା,୧୮।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜ ଯୁବ ସଙ୍ଗଠନ ପକ୍ଷରୁ ରାତ୍ରିକାଳୀନ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବେ ରିଞ୍ଜା ସରପଞ୍ଚ ପୂର୍ଣ୍ଣମୀ ମାଝୀ, ଓଡିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, କର୍ଲାମୁଣ୍ଡା କ ଜୋନ ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ଖ ଜୋନ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଭାଜପା ନେତା ଗଣେଶ କୁମାର, କ ଜୋନ ମଣ୍ଡଳ ସଭାପତି ଡୋଳାମଣୀ ଭୋଇ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚଟି କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକ ପିପଲପଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ପିପଲପଦର ଚମ୍ପିୟାନ ହୋଇଥିଲା। ବିଜେତା ଓ ଉପବିଜେତା ଦଳକୁ ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଖେଳ ପରିଚାଳନାରେ ହୀରାମଣୀ ଭୋଇ ଓ ପୁଲକ ଷଡଙ୍ଗୀ ରହିଥିବା ବେଳେ ଉଦଘୋଷକ ଯଶପାଲ ସାହୁ,ହେମାନନ୍ଦ ସାହୁ ଓ ସ୍କୋରର ଭାବେ ସୁମନ୍ତ ସାହୁ ଦାୟିତ୍ୱ ନେଇଥିଲେ। ଏଥିରେ କଳାହାଣ୍ଡି ଜିଲାର ମ.ରାମପୁର, କେସିଙ୍ଗା, ନର୍ଲା, କର୍ଲାମୁଣ୍ଡା ବ୍ଲକର ୧୦ଟି ଦଳ ଅଂଶ ଗ୍ରହଣ କରିଥିଲେ। ରିଞ୍ଜା ଯୁବ ସଂଗଠନର ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ ଆୟୋଜନରେ ସହଯୋଗ କରିଥିଲେ।
The post ଭଲିବଲ ଟୁର୍ନାମେଣ୍ଟ: ପିପଲପଦର ଚାମ୍ପିୟନ appeared first on Dharitri Odia News.