ଏସବୁ ଜିନିଷ କେବେ ରଖିବେନି ଘରେ, ରଖିଲେ ମାଡ଼ି ଆସିବ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମେ ଜାଣତରେ ହେଉ କି ଅଜାଣତରେ ଏମିତି କିଛି ଅଦରକାରୀ ଜିନିଷ ଘରେ ଗଦାଇ ରଖିଥାଉ; ଯାହାର କୁପ୍ରଭାବ ଘରର ସୁଖ, ଶାନ୍ତି ଓ ସମୃଦ୍ଧି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି… * ଘରେ ଯଦି ପୁରୁଣା ଖବରକାଗଜକୁ ବହୁଦିନ ଧରି ଗଦେଇ ରଖାଯାଇଥାଏ, ତା’ହେଲେ ଏହାର ପ୍ରଭାବରେ ଘରେ ଅଶାନ୍ତିର ବାତାବରଣ ଉପୁଜିଥାଏ। ତା’ସହ ନକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ର କହେ। * ପୁରୁଣା, ଖରାପ ହୋଇଯାଇଥିବା […] The post ଏସବୁ ଜିନିଷ କେବେ ରଖିବେନି ଘରେ, ରଖିଲେ ମାଡ଼ି ଆସିବ appeared first on Dharitri Odia News.

ଏସବୁ ଜିନିଷ କେବେ ରଖିବେନି ଘରେ, ରଖିଲେ ମାଡ଼ି ଆସିବ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମେ ଜାଣତରେ ହେଉ କି ଅଜାଣତରେ ଏମିତି କିଛି ଅଦରକାରୀ ଜିନିଷ ଘରେ ଗଦାଇ ରଖିଥାଉ; ଯାହାର କୁପ୍ରଭାବ ଘରର ସୁଖ, ଶାନ୍ତି ଓ ସମୃଦ୍ଧି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି…
* ଘରେ ଯଦି ପୁରୁଣା ଖବରକାଗଜକୁ ବହୁଦିନ ଧରି ଗଦେଇ ରଖାଯାଇଥାଏ, ତା’ହେଲେ ଏହାର ପ୍ରଭାବରେ ଘରେ ଅଶାନ୍ତିର ବାତାବରଣ ଉପୁଜିଥାଏ। ତା’ସହ ନକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ର କହେ।
* ପୁରୁଣା, ଖରାପ ହୋଇଯାଇଥିବା ତଥା ଅନୁପଯୋଗୀ ଇଲେକ୍ଟ୍ରୋନିକ୍‌ ଜିନିଷ ଯେମିତି କି ମୋବାଇଲ୍‌ ଫୋନ୍‌, ଚାର୍ଜର, କେବଲ୍‌, ବଲ୍‌ବ ଇତ୍ୟାଦିକୁ ବି ଘରେ ରଖିବା ଠିକ୍‌ ନୁହେଁ। ଏହା ନକାରାତ୍ମକ ଶକ୍ତିକୁ ଆକର୍ଷିତ କରି ଘରେ ସମସ୍ୟା ସୃଷ୍ଟି କରିଥାଏ; ଯାହାର ପ୍ରଭାବରେ ପରିବାର ଲୋକେ ମାନସିକ ଦୁଶ୍ଚିନ୍ତାରେ କାଳାତିପାତ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ।
* ପୁରୁଣା ଅଦରକାରୀ ହୋଇଯାଇଥିବା ଜୋତା, ଚପଲକୁ ମଧ୍ୟ ବହୁଦିନ ଧରି ଘରେ ଗଦାଇ ରଖିଲେ, ଏହା ଉଭୟ ସ୍ବାସ୍ଥ୍ୟ ଓ ସମୃଦ୍ଧି ଉପରେ କୁପ୍ରଭାବ ପକାଇଥାଏ।
* ଘରେ ଯଦି ପୁରୁଣା, ଜଙ୍କ୍‌ ଲଗା ତାଲା ଅଛି, ତା’ହେଲେ ତାକୁ ଶୀଘ୍ର ଘରୁ ବାହାର କରିଦେବା ଆବଶ୍ୟକ। କାରଣ ଏହା ମଧ୍ୟ ଘରର ସମୃଦ୍ଧିରେ ବାଧା ସୃଷ୍ଟି କରିଥାଏ।
* ଖରାପ ହୋଇଯାଇଥିବା ଘଣ୍ଟା, ପୁରୁଣା ଝାଡୁ, ପୁରୁଣା ଅଦରକାରୀ ପୋଷାକପତ୍ରକୁ ବି ଘରେ ଅଯଥା ଗଦେଇ ରଖିଲେ ଘରର ସୁଖ, ସମୃଦ୍ଧି ନଷ୍ଟ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

The post ଏସବୁ ଜିନିଷ କେବେ ରଖିବେନି ଘରେ, ରଖିଲେ ମାଡ଼ି ଆସିବ appeared first on Dharitri Odia News.