ଛାତ୍ରୀଛାତ୍ର ଶିଖିଲେ, ଦେଖିଲେ ଆଉ ବୁଝିଲେ: ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଓ ପାଣିର ସୁରକ୍ଷା ନେଇ ସଚେତନ ହେଲେ
ଦାରିଙ୍ଗବାଡି, ୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ଜଳବାୟୁ ପରିବର୍ତ୍ତନ ଆଉ ଜଙ୍ଗଲ ଓ ପାଣିର ସୁରକ୍ଷା ନେଇ ସଚେତନ କରାଯାଉଛି। ଏଥିପାଇଁ ଛାତ୍ରୀଛାତ୍ର ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ରବିବାର ଜିଲାର ଗଦଡ଼ି ଜଙ୍ଗଲ ସମେତ ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ କରାଯାଇଥିବା ଷ୍ଟ୍ରବେରୀ ଚାଷ ସମେତ ଉଦ୍ୟାନ କୃଷି, କଳିଙ୍ଗିଆ ଠାରେ ଥିବା ବଟନିକାଲ ଗାର୍ଡେନ, ଭଂଜନଗର ବନ ବିଭାଗର ଜଙ୍ଗଲ ଆଦି ପରିଦର୍ଶନ […] The post ଛାତ୍ରୀଛାତ୍ର ଶିଖିଲେ, ଦେଖିଲେ ଆଉ ବୁଝିଲେ: ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଓ ପାଣିର ସୁରକ୍ଷା ନେଇ ସଚେତନ ହେଲେ appeared first on Dharitri Odia News.
ଦାରିଙ୍ଗବାଡି, ୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ଜଳବାୟୁ ପରିବର୍ତ୍ତନ ଆଉ ଜଙ୍ଗଲ ଓ ପାଣିର ସୁରକ୍ଷା ନେଇ ସଚେତନ କରାଯାଉଛି। ଏଥିପାଇଁ ଛାତ୍ରୀଛାତ୍ର ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ରବିବାର ଜିଲାର ଗଦଡ଼ି ଜଙ୍ଗଲ ସମେତ ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ କରାଯାଇଥିବା ଷ୍ଟ୍ରବେରୀ ଚାଷ ସମେତ ଉଦ୍ୟାନ କୃଷି, କଳିଙ୍ଗିଆ ଠାରେ ଥିବା ବଟନିକାଲ ଗାର୍ଡେନ, ଭଂଜନଗର ବନ ବିଭାଗର ଜଙ୍ଗଲ ଆଦି ପରିଦର୍ଶନ କରାଯାଇଛି।
ସେମାନଙ୍କୁ ଜଙ୍ଗଲରେ ଅମଳ ହେଉଥିବା ଜଙ୍ଗଲଜାତୀୟ ସାମଗ୍ରୀ ସହ ଝୁଣା କିଭଳି ସଂଗ୍ରହ କରାଯାଉଛି ଜଙ୍ଗଲରେ ଉଇ ହୁଙ୍କାର ସୃଷ୍ଟି ଓ ପ୍ରକୃତି ସହ ତାର ସମ୍ପର୍କ, ସେହିପରି ମହୁଲ ମହାଦ୍ରୁମ ବୃକ୍ଷ ସମେତ ବିଭିନ୍ନ ବୃକ୍ଷକୁ ଚିହ୍ନିବା ଜାଣିବା ଜଙ୍ଗଲରେ ଥିବା ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ସମ୍ପର୍କରେ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଶିକ୍ଷାଦାନ କରିଥିଲେ। ତେବେ ପୂର୍ବ ଭଳି ଏବେ ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି ତେଣୁ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ଗୁଡିକ ଛାତ୍ରୀଛାତ୍ର ମାନଙ୍କୁ କୁହାଯାଇଥିଲା।
ଏଥିସହ ଗାଁ ଗାଁରେ ଜଙ୍ଗଲ ସୃଷ୍ଟି କରିବାକୁ ନିଜେ ଗଛ ଲଗାଇବା ସହ ଗାଁ ଗାଁ ରେ ଲୋକଙ୍କୁ ଗଛ ଲଗାଇବାକୁ ପରାମର୍ଶ ଦେବାକୁ ଛାତ୍ରୀଛାତ୍ର ମାନଙ୍କୁ କୁହାଯାଇଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ଅନିୟମିତତା ସହ ଜଳସ୍ତର କମିବା ତାପମାତ୍ରା ପ୍ରତିବର୍ଷ ବୃଦ୍ଧି ପାଇବା କାରଣରୁ ଆଗକୁ ଆହୁରି ସମସ୍ୟା ବୃଦ୍ଧି ପାଇବ ତେଣୁ ଛାତ୍ରୀଛାତ୍ର ମାନଙ୍କୁ ଏନେଇ ଶିକ୍ଷା ଦାନ ପାଇଁ ସିଧା ପ୍ରାକ୍ଟିକାଲ କ୍ଷେତ୍ର ପରିଦର୍ଶନ କରାଯାଇ ଶିକ୍ଷାଦାନ କରାଯାଇଛି।
ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ଏହି ଶିକ୍ଷା ପ୍ରଦାନ କରାଯିବା ସହ କ୍ଷେତ୍ର ପରିଦର୍ଶନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ନେତୃତ୍ୱରେ ବାମ ଚନ୍ଦ୍ର ପ୍ରଧାନ,ଦିବ୍ୟ ସିଂହ ପ୍ରଧାନ ଶୁଚିସ୍ମିତା ପ୍ରଧାନ,ଅପର୍ଣ୍ଣା ନାୟକ ପ୍ରମୁଖ ଛାତ୍ରୀଛାତ୍ରଙ୍କ ସହ କ୍ଷେତ୍ର ପରିଦର୍ଶନ କରିବା ସହ ଛାତ୍ରୀଛାତ୍ର ଙ୍କୁ ଜଳବାୟୁ ପରିବର୍ତ୍ତନ, ପରିବେଶ ଓ ଜଙ୍ଗଲ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରିଥିଲେ।
The post ଛାତ୍ରୀଛାତ୍ର ଶିଖିଲେ, ଦେଖିଲେ ଆଉ ବୁଝିଲେ: ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଓ ପାଣିର ସୁରକ୍ଷା ନେଇ ସଚେତନ ହେଲେ appeared first on Dharitri Odia News.