ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ କତାରର ଗ୍ଲୋବାଲ ନ୍ୟୁଜ ଚ୍ୟାନେଲ ଅଲ ଜଜିରାର ସ୍ଥାନୀୟ ଶାଖା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅଲ ଜଜିରାକୁ ଏକ ଉତ୍ତେଜକ ଚ୍ୟାନେଲ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଟୁଇଟରରେ ଲେଖିଛନ୍ତି ଯେ ଇସ୍ରାଏଲରେ ଉତ୍ତେଜକ ନ୍ୟୁଜ ଚ୍ୟାନେଲ ଅଲ ଜଜିରା ବନ୍ଦ ରହିବ ବୋଲି […] The post ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ appeared first on Dharitri Odia News.

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ କତାରର ଗ୍ଲୋବାଲ ନ୍ୟୁଜ ଚ୍ୟାନେଲ ଅଲ ଜଜିରାର ସ୍ଥାନୀୟ ଶାଖା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅଲ ଜଜିରାକୁ ଏକ ଉତ୍ତେଜକ ଚ୍ୟାନେଲ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଟୁଇଟରରେ ଲେଖିଛନ୍ତି ଯେ ଇସ୍ରାଏଲରେ ଉତ୍ତେଜକ ନ୍ୟୁଜ ଚ୍ୟାନେଲ ଅଲ ଜଜିରା ବନ୍ଦ ରହିବ ବୋଲି ସରକାର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି।

ଏହାପୂର୍ବରୁ ରବିବାର ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲର ବନ୍ଧକ ବଦଳରେ ଗାଜାରେ ଯୁଦ୍ଧ ବନ୍ଦ କରିବାକୁ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଏହା ଇସଲାମ ଗୋଷ୍ଠୀକୁ ପାଲେଷ୍ଟାଇନରେ କ୍ଷମତାରେ ରଖିବ ଯାହା ଦେଶ ପାଇଁ ବିପଦ ସୃଷ୍ଟି କରିବ।
ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ ଆତ୍ମସମର୍ପଣ ଭଳି ସର୍ତ୍ତ ଗ୍ରହଣ କରିବ ନାହିଁ। ଏହାର ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଇସ୍ରାଏଲ ଗାଜାରେ ଯୁଦ୍ଧ ଜାରି ରଖିବ। ହମାସ ଦ୍ୱାରା ପରିଚାଳିତ ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛନ୍ତି: ସାତ ମାସ ଧରି ଚାଲିଥିବା ଇସ୍ରାଏଲ-ଗାଜା ଯୁଦ୍ଧରେ ୩୪,୬୮୩ ଲୋକ ପ୍ରାଣ ହରାଇଛନ୍ତି। ଗାଜା ଅଞ୍ଚଳରେ ୭୮,୦୧୮ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

The post ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ appeared first on Dharitri Odia News.