କାଠଯୋଡ଼ିରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ
କଟକ,୧୯ା୫: କାଠଯୋଡ଼ି ନଦୀରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏସ୍ଥିତ ବୀରେନ ମିତ୍ର ପାର୍କ ନିକଟରେ ଏହି ଦୁଇ ଇଞ୍ଜିନିୟର ବୁଡ଼ି ଯାଇଥିଲେ। ମୃତ ଇଞ୍ଜିନିୟର୍ ମହାରାଷ୍ଟ୍ରର ବାସିନ୍ଦା ବୋଲି ସୂଚନାରୁ ଜଣାପଡ଼ିଛି। ରୁତିକେସ ମାତାଲ (୨୫) ଏବଂ ଋତିକ୍ ବ୍ରିଜନେ (୨୫) ନାମକ ଦୁଇ ଯୁବ ଇଞ୍ଜିନିୟର ଗାଧୋଇବା ପାଇଁ ଅନ୍ୟ ଦୁଇଜଣଙ୍କ ସହିତ ନଦୀକୁ ଯାଇଥିଲେ। ସିଡିଏ […] The post କାଠଯୋଡ଼ିରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ appeared first on Dharitri Odia News.
କଟକ,୧୯ା୫: କାଠଯୋଡ଼ି ନଦୀରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏସ୍ଥିତ ବୀରେନ ମିତ୍ର ପାର୍କ ନିକଟରେ ଏହି ଦୁଇ ଇଞ୍ଜିନିୟର ବୁଡ଼ି ଯାଇଥିଲେ। ମୃତ ଇଞ୍ଜିନିୟର୍ ମହାରାଷ୍ଟ୍ରର ବାସିନ୍ଦା ବୋଲି ସୂଚନାରୁ ଜଣାପଡ଼ିଛି।
ରୁତିକେସ ମାତାଲ (୨୫) ଏବଂ ଋତିକ୍ ବ୍ରିଜନେ (୨୫) ନାମକ ଦୁଇ ଯୁବ ଇଞ୍ଜିନିୟର ଗାଧୋଇବା ପାଇଁ ଅନ୍ୟ ଦୁଇଜଣଙ୍କ ସହିତ ନଦୀକୁ ଯାଇଥିଲେ। ସିଡିଏ ସେକ୍ଟର-୧୧ ନିକଟରେ ଉଭୟେ ଗାଧୋଇବା ପାଇଁ ନଦୀରେ ପଶିଥିବାବେଳେ ଅନ୍ୟ ଦୁଇ ଯୁବକ ନଦୀ କୂଳରେ ଥିଲେ।
ସେମାନେ ସମସ୍ତେ ଇଞ୍ଜିନିୟର ବୋଲି କୁହାଯାଉଛି ଏବଂ ବର୍ତ୍ତମାନ ଏଲ୍ ଆଣ୍ଡ ଟି କମ୍ପାନୀ ଦ୍ୱାରା ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ କ୍ୟାମ୍ପସର ନବୀକରଣ କାର୍ଯ୍ୟ ପାଇଁ ନିଯୁକ୍ତ କରାଯାଇଥିଲା।
କିନ୍ତୁ ନଦୀର ଗଭୀର ଜଳରେ ଭୁଲବଶତଃ ପ୍ରବେଶ କରିବା ପରେ ରୁତିକେସ ଏବଂ ଋତିକ୍ ବୁଡ଼ିଯାଇଥିଲେ। ସେମାନଙ୍କୁ ବୁଡ଼ି ଯାଉଥିବା ଦେଖି, ଉଭୟ ଯୁବକ ସାହାଯ୍ୟ ପାଇଁ ପାଟି କରିଥିଲେ ଏବଂ ଏଲ ଆଣ୍ଡ ଟି କମ୍ପାନୀର ସମ୍ପୃକ୍ତ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଲେ,ସେମାନେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଖବର ଦେଇଥିଲେ।
ସୂଚନା ପାଇ ବିଡ଼ାନାସୀ ଏବଂ କଟକରୁ ଅଗ୍ନିଶମ କର୍ମଚାରୀଙ୍କ ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଦୁଇ ଇଞ୍ଜିନିୟରଙ୍କୁ ଖୋଜିଥିଲେ। ତେବେ ଗତକାଲି ରୁତିକେସ୍ଙ୍କ ମୃତଦେହ ମିଳିଥିବାବେଳେ ଆଜି ଋତିକ୍ଙ୍କ ମୃତଦେହ ମିଳିଛି।
The post କାଠଯୋଡ଼ିରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ appeared first on Dharitri Odia News.