ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିପୋଡ଼ି ସବୁ ଛାରକାର

ବଲାଙ୍ଗୀର,୨୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଜଣେ ଚାଷୀଙ୍କ ଧାନଗଦା ଜଳିପୋଡି ଛାରଖାର୍‌ ହୋଇଯାଇଛି। ବୁଧବାର ରାତିରେ କେହି ଦୁର୍ବୃତ୍ତ ଧାନଗଦାରେ ନିଆଁ ଲଗାଇ ଦେବାରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ଗାପାଲି ଗାଁର ଚାଷୀ ନବୀନ ପଟେଲ ନିଜର ୪ ଏକର ଜମିରେ ଚଳିତ ବର୍ଷ ଧାନଚାଷ କରିଥିଲେ। ଫସଲ ଭଲ ହୋଇଥିଲା। କଟାଯାଇଥିବା ଧାନକୁ ଖଳାରେ ରଖିଥିଲେ। ରାତିରେ କେହି ଜଣେ ସେହି ଧାନଗଦାରେ ନିଆଁ ଲଗାଇଦେଇଲେ। […] The post ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିପୋଡ଼ି ସବୁ ଛାରକାର appeared first on Dharitri Odia News.

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିପୋଡ଼ି ସବୁ ଛାରକାର

ବଲାଙ୍ଗୀର,୨୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଜଣେ ଚାଷୀଙ୍କ ଧାନଗଦା ଜଳିପୋଡି ଛାରଖାର୍‌ ହୋଇଯାଇଛି। ବୁଧବାର ରାତିରେ କେହି ଦୁର୍ବୃତ୍ତ ଧାନଗଦାରେ ନିଆଁ ଲଗାଇ ଦେବାରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ଗାପାଲି ଗାଁର ଚାଷୀ ନବୀନ ପଟେଲ ନିଜର ୪ ଏକର ଜମିରେ ଚଳିତ ବର୍ଷ ଧାନଚାଷ କରିଥିଲେ। ଫସଲ ଭଲ ହୋଇଥିଲା। କଟାଯାଇଥିବା ଧାନକୁ ଖଳାରେ ରଖିଥିଲେ।
ରାତିରେ କେହି ଜଣେ ସେହି ଧାନଗଦାରେ ନିଆଁ ଲଗାଇଦେଇଲେ। ସକାଳୁ ନିଆଁଲାଗିଥିବା ଦେଖିବା ପରେ ଚାଷୀ ଜଣକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବଲାଙ୍ଗୀର ଓ ଲୋଇସିଂହା ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କଲାବେଳକୁ ସବୁ ଧାନ ପୋଡି ପାଉଁଶ ହୋଇଯାଇଛ। ଧାରକରଜ କରି ଚାଷ କରିଥିବା ଚାଷୀ ନବୀନ ଦୁଇ ପଇସା ପାଇବେ ବୋଲି ଆଶା କରିଥିଲେ। ହେଲେ ସବୁ ଆଶା ଏବେ ତାଙ୍କର ଫସର ଫାଟି ଯାଇଛି। ସମସ୍ତ ଧାନ ଫସଲ ନଷ୍ଟ ହୋଇଯିବା ପରେ ଏବେ ସେ ଘୋର ଚିନ୍ତାରେ ପଡ଼ିଛନ୍ତି । ଏ ସଂକ୍ରାନ୍ତରେ ନବୀନ ପୁଇଁତଳା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

The post ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିପୋଡ଼ି ସବୁ ଛାରକାର appeared first on Dharitri Odia News.