ବିଭବ କୁମାରଙ୍କୁ ଜାମିନ
ନୂଆଦିଲ୍ଲୀ, ୩।୯: ରାଜ୍ୟ ସଭା ସଦସ୍ୟ ସ୍ବାତି ମାଲିଓ୍ବାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କୁ ସୋମବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜାମିନରେ ଥିବା ସମୟରେ ବିଭବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କିମ୍ବା ତାଙ୍କ ବାସଭବନକୁ ଯାଇପାରିବେ ନାହିଁ। ସେହିପରି ସେ ମାମଲାକୁ ନେଇ କୌଣସି ମନ୍ତବ୍ୟ ଦେବେନାହିଁ ବୋଲି ସର୍ବୋଚ୍ଚ […] The post ବିଭବ କୁମାରଙ୍କୁ ଜାମିନ appeared first on Dharitri Odia News.
ନୂଆଦିଲ୍ଲୀ, ୩।୯: ରାଜ୍ୟ ସଭା ସଦସ୍ୟ ସ୍ବାତି ମାଲିଓ୍ବାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କୁ ସୋମବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜାମିନରେ ଥିବା ସମୟରେ ବିଭବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କିମ୍ବା ତାଙ୍କ ବାସଭବନକୁ ଯାଇପାରିବେ ନାହିଁ। ସେହିପରି ସେ ମାମଲାକୁ ନେଇ କୌଣସି ମନ୍ତବ୍ୟ ଦେବେନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଛନ୍ତି। ସେହିପରି ଜାମିନରେ ଥିବା ସମୟରେ ବିଭବଙ୍କୁ କୌଣସି ସରକାରୀ ପଦ ମଧ୍ୟ ଦିଆଯାଇପାରିବ ନାହିଁ। ବିଭବ ପ୍ରାୟ ୧୦୦ ଦିନ ଧରି ଜେଲରେ ଥିଲେ। ତେବେ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ବିଭବଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା।
The post ବିଭବ କୁମାରଙ୍କୁ ଜାମିନ appeared first on Dharitri Odia News.