ଆଜି ୨ ରାଜ୍ୟର ଭାଗ୍ୟ ପରୀକ୍ଷା: ଏକ୍ଜିଟ୍ପୋଲ ହେବ କି ସତ
ନୂଆଦିଲ୍ଲୀ,୮ା୧୦: ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳ ୮ ଟାରୁ ଆରମ୍ଭ ହୋଇଯାଇଛି। ତେବେ ଆଜି ଭାଗ୍ୟ ପରୀକ୍ଷା। ଏହି ନିର୍ବାଚନରେ କିଏ ବାଜିମାତ୍ କରିବ ତାହାକୁ ନେଇ ଉଭୟ ରାଜ୍ୟବାସୀ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ହରିୟାଣାର ୯୦ ଓ ଜମ୍ମୁକାଶ୍ମୀର ୯୦ ଆସନ ପାଇଁ ହୋଇଥିବା ଭୋଟରେ କାହାକୁ କେତେ ମିଳିଛି ତାହାକୁ ନେଇ କିଛି ଘଣ୍ଟା ପରେ ସ୍ପଷ୍ଟ ଚିତ୍ର ଆସିବ । ସକାଳ […] The post ଆଜି ୨ ରାଜ୍ୟର ଭାଗ୍ୟ ପରୀକ୍ଷା: ଏକ୍ଜିଟ୍ପୋଲ ହେବ କି ସତ appeared first on Dharitri Odia News.
ନୂଆଦିଲ୍ଲୀ,୮ା୧୦: ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳ ୮ ଟାରୁ ଆରମ୍ଭ ହୋଇଯାଇଛି। ତେବେ ଆଜି ଭାଗ୍ୟ ପରୀକ୍ଷା। ଏହି ନିର୍ବାଚନରେ କିଏ ବାଜିମାତ୍ କରିବ ତାହାକୁ ନେଇ ଉଭୟ ରାଜ୍ୟବାସୀ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ହରିୟାଣାର ୯୦ ଓ ଜମ୍ମୁକାଶ୍ମୀର ୯୦ ଆସନ ପାଇଁ ହୋଇଥିବା ଭୋଟରେ କାହାକୁ କେତେ ମିଳିଛି ତାହାକୁ ନେଇ କିଛି ଘଣ୍ଟା ପରେ ସ୍ପଷ୍ଟ ଚିତ୍ର ଆସିବ । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଯାଇଛି।
ସବୁଠୁ ବଡ କଥା ୨୦୧୯ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ। ୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ୩ ପଯର୍ର୍ୟାୟ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ମତଦାନ ହୋଇଥିଲା। ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଏବଂ କଂଗ୍ରେସ ସେଠାରେ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ମେହବୁବା ମୁଫ୍ତି ପ୍ରମୁଖ ହାଇପ୍ରୋଫାଇଲ ନେତା ନିର୍ବାଚନ ପ୍ରଚାରରେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ମୋଟାମୋଟି ମତଦାନ ହାର ୬୩.୮୮ ପ୍ରତିଶତ ଥିଲା।
ଏକ୍ଜିଟ ପୋଲ୍ ସର୍ଭେ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଝୁଲା ବିଧାନସଭା ହୋଇପାରେ। କଂଗ୍ରେସ-ଏନ୍ସି ମେଣ୍ଟକୁ ସର୍ବାଧିକ ୪୩ ଆସନ ମିଳିବାକୁ ଥିବାବେଳେ ଭାଜପା ୨୭, ପିଡିପି ୭ ଏବଂ ଅନ୍ୟାନ୍ୟ ଦଳକୁ ୧୩ ଆସନ ମିଳିବ ବୋଲି ଏଥିରେ ପୂର୍ବାନୁମାନ କରାଯାଇଥିଲା।
ତେବେ ଏକ୍ଜିଟ୍ ପୋଲ ସତ ହୋଇଯିବ କି କେଉଁଠି ନା କେଉଁଠି ପ୍ରଶ୍ନ ଆସୁଛି , କଥା ଉଠୁଛି।
ଅନ୍ୟପକ୍ଷେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୫ରେ ମତଦାନ ହୋଇଥିଲା। ସେଠାରେ ୧୦ ବର୍ଷ ହେଲା ଭାଜପା କ୍ଷମତାରେ ଥିବାବେଳେ ପୁଣିଥରେ ସରକାର ଗଢ଼ିବା ପାଇଁ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ସରକାର ବିରୋଧୀ ହାଓ୍ବା ଏବଂ ରାହୁଲଙ୍କ ଲୋକପ୍ରିୟତାକୁ ପୁଞ୍ଜିକରି କଂଗ୍ରେସ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି। ଏକ୍ଜିଟ୍ ପୋଲ୍ ସର୍ଭେ ଅନୁଯାୟୀ କଂଗ୍ରେସ ସେଠାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଥିବାବେଳେ ଭାଜପା ଦ୍ୱିତୀୟ ସ୍ଥାନରେ ରହିବ। ଏହା ବୁଥ୍ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ଆକଳନ କରାଯାଇଥିବା ବେଳେ ମଙ୍ଗଳବାର ଭୋଟଗଣତି ପରେ ବାସ୍ତବ ଫଳାଫଳ ଆସିବ।
The post ଆଜି ୨ ରାଜ୍ୟର ଭାଗ୍ୟ ପରୀକ୍ଷା: ଏକ୍ଜିଟ୍ପୋଲ ହେବ କି ସତ appeared first on Dharitri Odia News.