ହୋମଗାର୍ଡ ଉପରେ ମାଡ଼ିଗଲା ଟ୍ରକ

ପାରାଦୀପ,୧୩।୭: ଜଗତସିଂହପୁର ଜିଲା ପାରାଦୀପ ଦୋଛକିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରାଜନ ପ୍ରଧାନ। ସେ ଲକ୍‌ ଥାନାରେ କାର୍ଯ୍ୟରତ ଥିଲେ। ଏହାର ପ୍ରତିବାଦରେ ବାଲିଡିଆ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ବନ୍ଦ ରହିଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। […] The post ହୋମଗାର୍ଡ ଉପରେ ମାଡ଼ିଗଲା ଟ୍ରକ appeared first on Dharitri Odia News.

ହୋମଗାର୍ଡ ଉପରେ ମାଡ଼ିଗଲା ଟ୍ରକ

ପାରାଦୀପ,୧୩।୭: ଜଗତସିଂହପୁର ଜିଲା ପାରାଦୀପ ଦୋଛକିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରାଜନ ପ୍ରଧାନ। ସେ ଲକ୍‌ ଥାନାରେ କାର୍ଯ୍ୟରତ ଥିଲେ।

ଏହାର ପ୍ରତିବାଦରେ ବାଲିଡିଆ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ବନ୍ଦ ରହିଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଲୋକଙ୍କୁ ବୁଝାଶୁଝା କରୁଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ହୋମଗାର୍ଡ ଉପରେ ମାଡ଼ିଗଲା ଟ୍ରକ appeared first on Dharitri Odia News.