ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉଦ୍ଧବ ଠାକରେଙ୍କ ବଡ଼ ଘୋଷଣା: କଂଗ୍ରେସ-ଏନସିପି..
ପୁଣେ,୮।୧୦: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରକୁ ବଞ୍ଚାଇବା ପାଇଁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ/ୟୁବିଟି) କଂଗ୍ରେସ ଏବଂ ଏନସିପି (ଶରଦ ପାୱାର/ଏସପି) ଦ୍ୱାରା ଘୋଷିତ ଯେକୌଣସି ମୁଖ୍ୟମନ୍ତ୍ରୀ ଚେହେରାକୁ ସମର୍ଥନ କରିବ। ଭାଜପାକୁ ଟାର୍ଗେଟ୍ କରି ସେ ଦାବି କରିଛନ୍ତି, ବିଜ୍ଞାପନ ସାହାଯ୍ୟରେ ମହାରାଷ୍ଟ୍ରରେ ସରକାର ମିଥ୍ୟା ଏବଂ ଭୁଲ ଖବର ପ୍ରଚାର କରୁଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉଦ୍ଧବ […] The post ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉଦ୍ଧବ ଠାକରେଙ୍କ ବଡ଼ ଘୋଷଣା: କଂଗ୍ରେସ-ଏନସିପି.. appeared first on Dharitri Odia News.
ପୁଣେ,୮।୧୦: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରକୁ ବଞ୍ଚାଇବା ପାଇଁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ/ୟୁବିଟି) କଂଗ୍ରେସ ଏବଂ ଏନସିପି (ଶରଦ ପାୱାର/ଏସପି) ଦ୍ୱାରା ଘୋଷିତ ଯେକୌଣସି ମୁଖ୍ୟମନ୍ତ୍ରୀ ଚେହେରାକୁ ସମର୍ଥନ କରିବ। ଭାଜପାକୁ ଟାର୍ଗେଟ୍ କରି ସେ ଦାବି କରିଛନ୍ତି, ବିଜ୍ଞାପନ ସାହାଯ୍ୟରେ ମହାରାଷ୍ଟ୍ରରେ ସରକାର ମିଥ୍ୟା ଏବଂ ଭୁଲ ଖବର ପ୍ରଚାର କରୁଛନ୍ତି।
ମୁମ୍ବାଇରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉଦ୍ଧବ କହିଛନ୍ତି, ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାର ବିଜ୍ଞାପନ ମାଧ୍ୟମରେ ରାଜ୍ୟରେ ନକଲି କାହାଣୀ ସୃଷ୍ଟି କରୁଛନ୍ତି। ସରକାର ବିଶ୍ୱାସଘାତକତା କରୁଥିବା ସେ ଅଭିଯୋଗ କରିଛନ୍ତି। ମହାୟୁତୀ ସରକାର ‘ଲଡ୍କୀ ବେହେନ୍’ ଯୋଜନା ମାଧ୍ୟମରେ ଜନସାଧାରଣଙ୍କୁ ସେମାନଙ୍କ ଟଙ୍କା ଦେଇ ବିଶ୍ୱାସଘାତକତା କରିବାକୁ ବାଧ୍ୟ କରୁଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହୋଇପାରେ। ନିର୍ବାଚନ ଆୟୋଗ ଟିମ୍ ରାଜ୍ୟ ଗସ୍ତ କରି ସମସ୍ତ ନିର୍ବାଚନମଣ୍ଡଳୀରୁ ମତାମତ ନେଇଛନ୍ତି। ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅର୍ଥାତ ଡିସେମ୍ବର ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ହେବ ବୋଲି ଜଣାପଡିଛି।
The post ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉଦ୍ଧବ ଠାକରେଙ୍କ ବଡ଼ ଘୋଷଣା: କଂଗ୍ରେସ-ଏନସିପି.. appeared first on Dharitri Odia News.