ଅଧା ରହିଲା ଚାକିରି ସ୍ବପ୍ନ: ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଯୁକ୍ତିର ଶାରୀରିକ ପରୀକ୍ଷାବେଳେ ଟଳିପଡ଼ିଲେ ଆଶାୟୀ
କେନ୍ଦୁଝର,୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଅନୁଷ୍ଠିତ ହେଉଥିବା ବନବିଭାଗ ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟାର ଶାରୀରିକ ପରୀକ୍ଷା ସୋମବାର କେନ୍ଦୁଝର ସହର ଉପକଣ୍ଠ ନରଣପୁର କାଠ ଡିପୋଠାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ନରଣ ପୁର ଠାରୁ କଦଳିପସୀ ଭାୟା ଖୋଳପା ଦେଇ ଯାଇଥିବା ରାସ୍ତା ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜିଲାପାଳ ଏକ ବିଜ୍ଞପ୍ତିରେ ସୂଚନା ଦେଇଥିଲେ। ଶାରୀରିକ ପରୀକ୍ଷା ପାଇଁ ଏହି ରାସ୍ତାରେ ଆଶାୟୀମାନେ ପ୍ରାୟ ୧୨. ୫କିଲୋମିଟର […] The post ଅଧା ରହିଲା ଚାକିରି ସ୍ବପ୍ନ: ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଯୁକ୍ତିର ଶାରୀରିକ ପରୀକ୍ଷାବେଳେ ଟଳିପଡ଼ିଲେ ଆଶାୟୀ appeared first on Dharitri Odia News.
କେନ୍ଦୁଝର,୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଅନୁଷ୍ଠିତ ହେଉଥିବା ବନବିଭାଗ ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟାର ଶାରୀରିକ ପରୀକ୍ଷା ସୋମବାର କେନ୍ଦୁଝର ସହର ଉପକଣ୍ଠ ନରଣପୁର କାଠ ଡିପୋଠାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ନରଣ ପୁର ଠାରୁ କଦଳିପସୀ ଭାୟା ଖୋଳପା ଦେଇ ଯାଇଥିବା ରାସ୍ତା ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜିଲାପାଳ ଏକ ବିଜ୍ଞପ୍ତିରେ ସୂଚନା ଦେଇଥିଲେ। ଶାରୀରିକ ପରୀକ୍ଷା ପାଇଁ ଏହି ରାସ୍ତାରେ ଆଶାୟୀମାନେ ପ୍ରାୟ ୧୨. ୫କିଲୋମିଟର ରାସ୍ତା ଚାଲିବାକୁ ଥିବାବେଳେ ୧୫୦ଜଣ ଆଶାୟୀ ଏଥିରେ ଭାଗ ନେଇଥିଲେ। ତେବେ ସୋମବାର ୨୫ କିମି ଚାଲିବା ପାଇଁ ଅନୁଷ୍ଠିତ ପ୍ରତିଯୋଗିତାରେ ଜଣେ ଆଶାୟୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ନାମ ବ୍ୟୋମକେଶ ନାଏକ। ଘର ହରିଚନ୍ଦନପୁର ବ୍ଲକ ଓସ୍ତପଙ୍ଗା ବୋଲି ଜଣାପଡିଛି। ସେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡିଏଫଓ କେନ୍ଦୁଝର ଧନରାଜ ଏଚଡି ସୂଚନା ଦେଇଛନ୍ତି। ଦୁଇଦିନ ହେଲା ଖରାର ପ୍ରକୋପ ବୃଦ୍ଧି ପାଇଥିବାରୁ ଦୀର୍ଘ ବାଟ ଚାଲିବା କାରଣରୁ ଅସୁସ୍ଥ ହୋଇ ପଡିଥିବା ଏବଂ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।
The post ଅଧା ରହିଲା ଚାକିରି ସ୍ବପ୍ନ: ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଯୁକ୍ତିର ଶାରୀରିକ ପରୀକ୍ଷାବେଳେ ଟଳିପଡ଼ିଲେ ଆଶାୟୀ appeared first on Dharitri Odia News.